Home ଜିଲ୍ଲା ପରିକ୍ରମା ବ୍ଲକ୍‌ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସୁଫଳ ପାଇଁ ଆହ୍ୱାନ

ବ୍ଲକ୍‌ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସୁଫଳ ପାଇଁ ଆହ୍ୱାନ

4

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବନ୍ତ ପଚାଂୟତ ସମିତି ଆୟୋଜନରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି । କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଚେତନତା ସଭାକୁ ବନ୍ତ ବିଡିଓ ସୀତାକାନ୍ତ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସୁଧିର କୁମାର ବାରିକ ମଂଚ ସଂଯୋଜନା କରିଥିଲେ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଲେ, ସମାଜରେ ସମ୍ମାନର ସହ ବଚିଂବା ପାଇଁ ଭିନ୍ନକ୍ଷମ ଶିବିର ସହାୟକ ହେବ ,ଏଥିପାଇଁ ନିର୍ବାଚିତ ଜନ ପ୍ରତିନିଧି, ଅଧିକାରୀ ଓ ଗଣମାଧ୍ୟମର ସହଯୋଗ ଆବଶ୍ୟକ । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ କହିଲେ, କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ୍ ହୋଇ ପ୍ରମାଣପତ୍ର ମାଧ୍ୟମରେ ଭିନ୍ନକ୍ଷମ ମାନେ ସରକାରଙ୍କ ସୁବିଧା ହାସଲ କରି ପାରିଲେ ଯୋଜନା ସଫଳ ହେବ । ବିଧାନସଭା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମିତା ମାଝୀ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ପ୍ରଧାନଶିକ୍ଷକ ଶଶି ଶେଖର କରଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମୌଳିକ ଅଧିକାର ପାଇଁ ଶିବିର ଆୟୋଜନ କରାଯାଉଛି, ଭିନ୍ନକ୍ଷମ ଭାବି ସେମାନଙ୍କୁ ଅବହେଳା ନକରି ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ ନେଇ ସହଯୋଗର ହାତ ବଢାଇବାକୁ ମତପ୍ରକାଶ ପାଇଥିଲା । ବ୍ଲକ ଗ୍ରାମପଚାଂୟତ ଅଧିକାରୀ ସୂଚିସ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ୭ ଟି କକ୍ଷରେ ଶାରିରୀକ ଭିନ୍ନକ୍ଷମର ୬୯, ଶ୍ରବଣ ବାଧିତ ମୂକ ,ବଧିର ୩୮, ଦୃଷ୍ଟିବାଧିତ ୨୦ , ମାନସିକ ଅନଗ୍ରସର ୨୮ ଏବଂ ଶିଶୁ ଚିକିତ୍ସା ସମ୍ବନ୍ଧୀୟ ୧୭ ଜଣକୁ ମିଶାଇ ୧୭୨ ଜଣ ପରୀକ୍ଷା କରିଥିବା ବେଳେ ପରବର୍ତୀ ସମୟରେ ସେମାନଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଅସ୍ତିଶଲ୍ୟ ବିଶେଷଜ୍ଞ ବିଶ୍ୱଜିତ୍ ରାଏ,ଔଷଧ କମଳାକାନ୍ତ ସାହୁ, ଶିଶୁ ରୋଗ ଜ୍ୟୋତିରଞ୍ଜନ ଦାସ, ଆଖିରୋଗ ରମାକାନ୍ତ ସାହୁ, କର୍ଣ୍ଣ ମାନସ ରଞ୍ଜନ ବିଶ୍ୱାଳ, ମାନସିକ ରୋଗର ବି କେ ପୃଷ୍ଟି, ମସ୍ତିଷ୍କ ପକ୍ଷାଘାତ କମଳାକାନ୍ତ ବାରିକ ପ୍ରମୁଖ ଭିନ୍ନକ୍ଷମଙ୍କୁ ପରୀକ୍ଷା କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, କାର୍ଯ୍ୟକ୍ରମ ସହାୟକ ଲକିପ୍ରଭା ଜେନା, କେନ୍ଦୁଆପଦା ସରପଚଂ ଇଂ. ପ୍ରମୋଦ ଜେନାଙ୍କ ତତ୍ୱାବଧାନରେ ପୂର୍ଣ୍ଣଚନ୍ଦ୍ର ପୁହାଣ, ପ୍ରଦୀପ ବିଶ୍ୱାଳ, ବୀରକିଶୋର ନାୟକ, ପ୍ରଫୁଲ୍ଲ ପଣ୍ଡା, ବିକାଶ ରାଉତଙ୍କ ସମେତ ବିଦ୍ୟାଳୟର ତରଣୀ ସେନ ଜେନା,ମଣିଭଦ୍ର ମିଶ୍ର, ତାପସ କୁମାର ନାୟକ, ଶୁଭ୍ରାଶୁଂ ଶିଅଳ, ସନ୍ଦିପ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.