Home Top News ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

79

ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଥିବା ଖବର ମିଳିଛି। ବ୍ରଜରାଜନଗର ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କର ଗୁରୁବାର ସନ୍ଧ୍ୟାରେ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ବେଳେ ହୃଦଘାତର ଶୀକାର ହୋଇଥିଲେ। ହୃଦଘାତ ଯୋଗୁଁ ଚିକିତ୍ସାଧୀନ ଥିଲେ। ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଶ୍ରୀ ମହାନ୍ତି ପ୍ରଥମେ ୧୯୯୫ ରେ ଜନତା ପାର୍ଟି ଟିକେଟରେ ଝାରସୁଗୁଡାରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟ୍ ରେ ସମାନ ନିର୍ବାଚନମଣ୍ଡଳୀରୁ ଦୁଇଥର ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୨୦୦୮ ରୁ ମେ ୨୦୦୯ ମଧ୍ୟରେ ବିଧାନସଭାର ବାଚସ୍ପତି ଥିଲେ। ଶ୍ରୀ ମହାନ୍ତି ମଧ୍ୟ ରାଜ୍ୟସଭା ସଦସ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.