Home କୋରାପୁଟ ବୋଲେରୋ ଧକ୍କାରେ ମହିଳା ମୃତ ;ଗୁରୁତର କୋରାପୁଟ ହସପିଟାଲରେ ଭର୍ତି

ବୋଲେରୋ ଧକ୍କାରେ ମହିଳା ମୃତ ;ଗୁରୁତର କୋରାପୁଟ ହସପିଟାଲରେ ଭର୍ତି

79

କୋରାପୁଟ ; ତା୦୨-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀଠାରେ ବୋଲେରୋ ଧକ୍କା ଦେବା ଫଳରେ ଜନୈକା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡି ଚଳାଉଥିବା ଡ୍ରାଇଭର ଗୁରୁତର ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତି ହୋଇ ଚକିସôିତ ହେଉଥିବା ଜଣାପଡିଛି ।କୋରାପୁଟସ୍ଥିତ ଲଇଛନ ପାଙ୍ଗୀ ନିଜ ବୋଲେରୋ ଗାଡି(ଓଡି୧୦ଏଫ ୫୨୦୦) ଯୋଗେ ପଟ୍ଟାଙ୍ଗୀର ଗାଙ୍ଗରାଜପୁରକୁ କୈାଣସି କାମରେ ଯାଇଥିଲେ ।ଭଣଜା ବସନ୍ତ ବାଙ୍କା କିଛି ସାଙ୍ଗମାନଙ୍କୁ ନେଇ ନୁଆଗାଁ ଯାଇ ଫେରୁଥିବା ବେଳେ ଶିଶାଗୁଡା ଗ୍ରାମର ଚାଷୀ ରାଧାା ଶିଶା ନିଜ ବିଲରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ପଛଆଡୁ ଗାଡି ଧକ୍କା ଦେଇ ରାସ୍ତା ଉପରେ ଯାଇ ଓଲଟିପଡିଥିଲା ।ଘଟଣାସ୍ଥଳରେ ରାଧା ଶିଶାଙ୍କ ମୃତ୍ୟୁ ହୋଇଥିଲା ।ବସନ୍ତଙ୍କୁ ପ୍ରଥମେ ପଟ୍ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.