Home ଜିଲ୍ଲା ପରିକ୍ରମା ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ନିର୍ବାଚନ

ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ନିର୍ବାଚନ

77

ଯାଜପୁର୧ା୧୧(ଓଡିଆ ପୁଅ)କୋରାଇ ବ୍ଲକ ଅନ୍ତର୍ଗତ ବରୁଣ୍ଡାଇସ୍ଥିତ ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ନୂତନ କର୍ମକର୍ତା ନିର୍ବାଚନ ଆଜି ବରୁଣ୍ଡାଇ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ୧୨ଟି ପଂଚାୟତରୁ ପରିଷଦର କର୍ମକର୍ତା ଗ୍ରହଣ କରାଯାଇଛି। ବ୍ରଜ କିଶୋର ମିଶ୍ରଙ୍କ ଆବହକତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରେମାନନ୍ଦ ପାଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବ ସମ୍ମତିକ୍ରମେ ସଭାପତିଭାବେ ଅଶୋକ କୁମାର ବଳ(ବିଧାୟକ), ଉପସଭାତିଭାବେ ପ୍ରେମାନନ୍ଦପାଳ, ବଲ୍ଲଭାନନ୍ଦ ପଣ୍ଡା, ପ୍ରଶାନ୍ତ କୁମାର ସହୁ, ସମ୍ପାଦକଭାବେ କାଳନ୍ଦୀ ଚରଣ ଜେନା, ସହ ସମ୍ପାଦକଭାବେ ବ୍ରଜ କିଶୋର ମିଶ୍ର, ଅମୁଲ୍ୟ କୁମାର ବେହେରା, ସରୋଜ କୁମାର ଦାସ, ମହେନ୍ଦ୍ର କୁମାର ବେହେରା ଓ କାର୍ଯ୍ୟକାରୀ କମିଟିକୁ ଗୋପବନ୍ଧୁ ବଳିୟାର ସିଂହ, ଅଲେଖ ଜେନା, କିର୍ତନ ରାଉତ, ରାମକୃଷ୍ଣ ମଲିକ, ନାରାୟଣ ପଣ୍ଡା, ଗୋପନ କିଶୋର ଜେନା, ଅଶୋକ କୁମାର ମଲିକ, ଶାନ୍ତିଲତା ପଣ୍ଡା, ମମତାରାଣୀ କାଣ୍ଡି, ପତିତପାବନ ନନ୍ଦ, ପ୍ରଭାତ କୁମାର ସିଂହକୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟାଭାବେ ମାଗୁଣି ଚରଣ ମହାପାତ୍ର, କାଙ୍ଗାଳୀ ଖଣ୍ଡାଇ, ଲକ୍ଷ୍ମୀନାରାୟଣ ପଣ୍ଡା, ନବଘନ ଦାସ, ସନାତନ ବିଶ୍ୱାଳକୁ ମନୋନୀତ କରାଯାଇଥିଲା। ଏଥି ସହିତ ସାୟୀ ଗୃହ ନିର୍ମାଣ ଓ ବିଭିନ୍ନ ସମାଜମୂଳକ କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.