Home ଅପରାଧ ଟ୍ରକ ସହ ଟାଟାଏସି ସାମ୍ନାସାମ୍ନି ଧକା, ଚାଳକ ଆହତ

ଟ୍ରକ ସହ ଟାଟାଏସି ସାମ୍ନାସାମ୍ନି ଧକା, ଚାଳକ ଆହତ

131

ଯାଜପୁର ୧ା୧୧ (ଓଡିଆ ପୁଅ) ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବ୍ରଜନଗର ଠାରେ ଆଜି ମଦ୍ୟାନ୍ନରେ ଭଦ୍ରକ ପଟୁ ଆସୁଥବବା ଏକ ଅଙ୍ଗୁ ବୋଝେଇ ଟାଟା ଏସି ସହକ୍ରୋମାଇଟ ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଟାଟା ଏସିର ଚାଳକ ଗୁରୁତର ଆହତ ହୋଇଛି। ଘଟରାସ୍ଥଳେ ପୁଲିସ ପହଂଚି ଗାଡି ଦୁଇଟିକୁ ଜବତ କରିବା ସହ ଆହତକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରକାଶଯେ ଭଦ୍ରକ ପଟୁ ଏକ ଅଙ୍ଗୁର ବୋଝେଇ ଟାଟା ଏସି (ଓଡି୦୫ଏଟି ୩୯୦୨) ଆସୁଥିବା ବେଳେ ପାଣିକୋଇଲି ପଟୁ ଯାଉଥିବା ଏକ କ୍ରୋମାଇଟ ବୋଝେଇ ଟ୍ରକ( ଓଆର୦୪ସି ୬୬୭୩)ସହ ଧକ୍କା ହୋଇଥିଲା। ଫଳରେ ଟାଟା ଏସି ଚାଳକ ୈଙ୍କାନାଲ ଜିଲ୍ଲା କୋରିଆ ତୋଳପଶି ଗ୍ରାମର ଶଶାଙ୍କ ଶେଖର ରାଉତଙ୍କ ପୁଅ ସାଗର(୨୨) ଆହତ ହୋଇଥିଲା। ଜାତୀୟ ରାଜପଥ କାମ ଚାଲିଥିବା ବେଳେ ବ୍ରଜନଗର ଠାରେ ଗୋଟିଏ ରାସ୍ତାରେ ଉଭୟ ପକ୍ଷର ଗାଡି ଯାତାୟତ କରୁଥିବାରୁ ଦୁର୍ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.