Home ଓଡ଼ିଶା ବେଆଇନ ଗୋରୁ ଚାଲାଣ, ୮ଟି ଗାଡ଼ି ଜବଦ ସହ ୮ଜଣ ଡ୍ରାଇଭର ଗିରଫ

ବେଆଇନ ଗୋରୁ ଚାଲାଣ, ୮ଟି ଗାଡ଼ି ଜବଦ ସହ ୮ଜଣ ଡ୍ରାଇଭର ଗିରଫ

129

ବାହାନଗା, ୨୩ା୭(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାଲେଶ୍ୱର – ବାସୁଦେବପୁର ନିମିକ ରାସ୍ତାର ଶ୍ରୀଜଙ୍ଗ ଠାରେ ବେଆଇ ଗୋ ଚାଲାଣ ବେଳେ ୮ଟି ଗାଡ଼ି ସହ ୮ ଜଣ ଡ୍ରାଇଭର ଗିରଫ କରାଯାଇ ୭୦ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରିଛି ଖନ୍ତାପଡ଼ା ପୋଲିସ। ଖବର ଅନୁସାରେ ଆଜି ଭୋର ୪ଟା ସମୟରେ ବାସୁଦେବପୁରରୁ ଆଡ଼ୁ ଅସୁଥିବା ୮ଟି ପିକଅପ ଭ୍ୟାନରେ ୭୦ରୁ ଉର୍ଦ୍ଧ ଗୋରୁ ଭର୍ତ୍ତି କରାଯାଇ କଲିକତା ଅଭିମୁଖେ ନିଆଯାଉଥିଲା। ଖବର ପାଇ ଖନ୍ତାପଡ଼ା ପୋଲିସ ଶ୍ରୀଜଙ୍ଗ ଠାରେ ପହଞ୍ଚି ଚେକିଂ ଆରମ୍ଭ କରିଥିଲେ। ଫଳରେ ଗୋଟିଏ ପରେ ଗୋଟିଏ ଗୋରୁ ଗାଡ଼ି ଜବଦ କରିଥିଲେ। ସେଥିରେ ୭୦ରୁ ଉର୍ଦ୍ଧ ଗୋରୁ ଥିବା ବେଳେ ଗୋରୁ ଗୁଡ଼ିକ ଉଦ୍ଧାର କରିଥିଲେ। ଏବଂ ୮ଜଣ ଡ୍ରାଇଭରଙ୍କୁ ଗିରଫ କରିଥିବାର ଜଣାପଡ଼ିଛି। ସେଥିରେ ଗୋରୁ ମାନଙ୍କୁ ବହୁତ କଷ୍ଟ ଦିଆଯାଇ ନିଆ ଯାଉଥିବାର ଝଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.