Home କେନ୍ଦୁଝର ବେଆଇନି ବାଲିବୋଝେଇ ୮ଟି ଗାଡି ଜବଦ

ବେଆଇନି ବାଲିବୋଝେଇ ୮ଟି ଗାଡି ଜବଦ

39

ହାଟଡ଼ିହି, ୨ / ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବେଆଇନି ଭାବେ ବାଲିବୋଝେଇ ହୋଇ ଯାଉଥିବାବେଳେ ନନ୍ଦିପଦା ପୁଲିସ ୮ଟି ହାଇୱା ଗାଡିକୁ ଜବଦ କରିଛି । ନିୟମିତ ଏପରି ବେଆଇନି ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଥିଲେବି ପୁଲିସ କି ତହସିଲ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରିଆସୁଥିଳେ । ଆଜି ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ଏସ.ଆଇ ନରେଶ ଦାସ, ଏ.ଏସ. ଆଇ ସତ୍ୟନାରାୟଣ ପରିଡା ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉକରି ୮ଟି ବାଲିବୋଝେଇ ହାଇୱାକୁ ଜବଦକରି ଗାଡି ଗୁଡିକ ଥାନାରେ ରଖି ତହସିଲ କର୍ତ୍ତୁପକ୍ଷଙ୍କୁ ସୁଚନା ଦିଆଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.