Home ଜିଲ୍ଲା ପରିକ୍ରମା ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ୨୦୨୧‘ମିସେସ ଫେମିନା ପରସନାଲିଟି’ ବିଜେତା

ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ୨୦୨୧‘ମିସେସ ଫେମିନା ପରସନାଲିଟି’ ବିଜେତା

48

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ‘ମିସେସ ଫେମିନା ପର୍ସନାଲିଟି’ ୨୦୨୧ ଟାଇଟେଲ ବିଜେତା ହେବାର ସମ୍ମାନ ଅର୍ଜ୍ଜନ କରିଛନ୍ତି । ପ୍ରତିଯୋଗିତାରେ ଶୀର୍ଷ ଚାରି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଫାଇନାଲ ରାଉଣ୍ଡରେ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁଙ୍କ କନ୍ୟା ଇପ୍ସିତା ପେଷାରେ ସଫ୍ଟଓୟାର ଇଂଜିନିଅର ଅଟନ୍ତି । ମାତ୍ର ପିଲାବେଳୁ କଳା ଓ ମଡେଲିଂ ପ୍ରତି ଥିବା ଅହେତୁକ ଋଚି ଓ କଠିନ ସାଧନା ଯୋଗୁଁ ଇପ୍ସିତା ଏହି ସର୍ବଭାରତୀୟ ପ୍ରତିଯୋଗୀତାରେ ସଫଳତାର ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ‘ଫେସନ’, ‘ବିଉଟି’, ‘ଖାଦ୍ୟ’ ଓ ‘ସୋ-କେସ’ ଆଦି ରାଉଣ୍ଡ ପର୍ଯ୍ୟାୟରେ ଉତୀର୍ଣ୍ଣ ହେବାପରେ ଇପ୍ସିତା ଚତୁର୍ଥ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି । ଓଡିଆ ଝିଅ ଇପ୍ସିତା ଏହି ସମସ୍ତ କଠିନ ପର୍ଯ୍ୟାୟକୁ ଅତିକ୍ରମ କରିଯାଇ ଫାଇନାଲ ବିଜେତା ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଓଡିଶାବାସୀଙ୍କ ଆଶ୍ରୀବାଦ ତାଙ୍କୁ ଏହି ସୋପାନରେ ପହଞ୍ଚାଇଛି ବୋଲି ଇପ୍ସିତା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ଇପ୍ସିତା ୨୦୧୩ ମସିହାରେ ଅନୁଷ୍ଠିତ ‘ମିସ ଭାଇଜାଗ’ ପ୍ରତିଯୋଗୀତାରେ ‘ମିସ ପପୁଲାରିଟି’ ଆୱାର୍ଡ; ଜି ଟିଭି ଦ୍ୱାରା ୨୦୧୫ରେ ଆୟୋଜିତ ‘ମସ୍ ଏଥନିକ’ରେ ପଞ୍ଚମ ସ୍ଥାନ ଓ ‘ମିସ ଏଥନିକ ଓଡିଶା-ଇଣ୍ଡିଆ’ ଆୱାର୍ଡ ଏବଂ ‘ମିସେମ ସୁପର ମଡେଲ ଇଣ୍ଡିଆ’ ପ୍ରତିଯୋଗୀତାରେ ରନରସପ ହାସଲ କରିପାରିଥିଲେ । ମଡେଲିଂ ବ୍ୟତୀତ ଇପ୍ସିତା ‘ତୋ ଏକ ଆୱାଜ’ ମରାଠି ସିନେମାର ଲିଡ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.