Home ଓଡ଼ିଶା ବିହାର ନିର୍ବାଚନ ବିଜେପି-ଜେଡ଼ିୟୁ ଆସନ ବୁଝାମଣା: ୪ ଘଣ୍ଟାର ବୈଠକ ପରେ ବି ହୋଇପାରିଲାନାହିଁ ସହମତି,...

ବିହାର ନିର୍ବାଚନ ବିଜେପି-ଜେଡ଼ିୟୁ ଆସନ ବୁଝାମଣା: ୪ ଘଣ୍ଟାର ବୈଠକ ପରେ ବି ହୋଇପାରିଲାନାହିଁ ସହମତି, ଆସନ୍ତା କାଲି ପୁଣି ଆଲୋଚନା

233

ପାଟନା/ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) : ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡ଼ିୟୁ ଆସନ ବାଗବଣ୍ଟାକୁ ନେଇ ପାଟନାରେ ବିଜେପି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ଚାରି ଘଣ୍ଟିଆ ବୈଠକ ଶେଷ ହୋଇଛି। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦଳ ମଧ୍ୟରେ କୌଣସି ସହମତି ପ୍ରକାଶ ପାଇନାହିଁ। ତେବେ ଆସନ୍ତା କାଲି ପୁଣି ହେବ ଆଲୋଚନା ବୋଲି ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟଯେ, ଆଜି ଅପରାହ୍ନରେ ଜେଡିୟୁ ନେତା ଲଲନ ସିଂ, ଆରସିପି ସିଂ, ବିଜୟ ଚୌଧୁରୀ ଏବଂ ବିଜୟେନ୍ଦ୍ର ଯାଦବ ବିଜେପି ନେତାଙ୍କ ଠିକଣାରେ ପହଞ୍ଚିତିଲେ। ସେଠାରେ ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଏବଂ ଭୁପେନ୍ଦ୍ର ଯାଦବ ଥିଲେ। ଏହା ସହ ରାଜ୍ୟ ସ୍ତରର ବିଜେପିର ବହୁ ବିଶିଷ୍ଟ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟ ଦଳର ବନ୍ଦ କୋଠରୀ ଆଲୋଚନା ଜାରି ରହିଥିଲା। ତେବେ ବୈଠକ ପରେ ଦୁଇ ଦଳର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ବି ସହମତି ହୋଇପାରି ନାହିଁ। ସଂଖ୍ୟା ଉପରେ କିମ୍ବା କେଉଁ ସିଟ୍ କାହାକୁ ମିଳିବ ତାହା ଉପରେ ମଧ୍ୟ ସହମତି ହୋଇପାରିନାହିଁ। ଜେଡିୟୁ ନିଜ ପାଇଁ ଏକ ବଡ଼ ଅଂଶ ଦାବି କରିଥିବା ବେଳେ ଲୋକସଭା ନିର୍ବାଚନ ଆଧାରରେ ବିଜେପି ସମାନ ଆସନ ଚାହୁଁଛି।

ବାସ୍ତବରେ ଉଭୟ ଦଳ ହୃଦୟଙ୍ଗମ କରୁଛନ୍ତି ଯେ ମିଳିତ ସହଯୋଗ ନିତାନ୍ତି ଆବଶ୍ୟକ। ଏହା ବିନା, ଉଭୟେ ନିଜେ ନିର୍ବାଚନ ଲଢ଼ି ଜିତିପାରିବେ ନାହିଁ। ତେଣୁ ତାଳମେଳ କରିବାକୁ ପଡିବ। କିନ୍ତୁ ପ୍ରଶ୍ନ ହେଉଛି କିଏ ପଛକୁ ଯାଉଛି। ଏହା ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.