Home ଓଡ଼ିଶା ବିସର୍ଜିତ ହେବା ପରେ ଗଛରେ ପରିଣତ ହେବ ମୂର୍ତ୍ତି

ବିସର୍ଜିତ ହେବା ପରେ ଗଛରେ ପରିଣତ ହେବ ମୂର୍ତ୍ତି

410

ମାଙ୍ଗାଲୋର,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସାରା ଦେଶରେ ସେପ୍ଟେମ୍ବର ଦୁଇ ତାରିଖରେ ଗଣେଶ ଚତୁର୍ଥୀ ପାଳନ କରାଯିବ । ଗଣେଶ ଚତୁର୍ଥୀରେ ଲୋକମାନେ ନିଜ ଘରେ ମୂର୍ତ୍ତି ସ୍ଥାପନ କରିଥାନ୍ତି । ଗଣେଷଙ୍କର ଜନ୍ମୋତ୍ସବକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ ଏବଂ ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ସାଧାରଣତଃ ଏହିପର୍ବ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ । ଏହି ଅବସରରେ ଅଧିକ ଲୋକ ଘରକୁ ମୂର୍ତ୍ତି ଆଣିଥାନ୍ତି ଏବଂ ଏହି ମୂର୍ତ୍ତି ଗୁଡିକୁ ଦଶ ଦିନ ପର୍ଯ୍ୟନ୍ତ ଘରେ ବହୁତ ଯତ୍ନର ସହିତ ପୂଜା କରାଯାଇଥାଏ । ଶେଷରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହାକୁ ଵିସର୍ଜିତ କରାଯାଇଥାଏ ।

ଗଣେଶଙ୍କ ମୂର୍ତ୍ତିକୁ ଵିସର୍ଜିତ କରିବାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ଇକୋଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଘରକୁ ଆଣିବା ପାଇଁ ଅନୁରୋଧ କରୁଛନ୍ତି । ଏପରି ସ୍ଥଳେ ମାଙ୍ଗାଲୁରର ବାସିନ୍ଦା ନିତିନ ବଜ କାଗଜ ଏବଂ ମଞ୍ଜିର ବ୍ୟବହାର କରି ଏକ ଏପରି ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ଯାହାକୁ ଵିସର୍ଜିତ କରିବା ପରେ ଏହା ଏକ ଗଛରେ ପରିଣତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.