Home ଆନ୍ତର୍ଜାତୀୟ ଖୁବ୍ ଶୀଘ୍ର ବନ୍ଦ ହେବ ଗୁଗୁଲର ଏହି ସର୍ଭିସ

ଖୁବ୍ ଶୀଘ୍ର ବନ୍ଦ ହେବ ଗୁଗୁଲର ଏହି ସର୍ଭିସ

474

ନୂଆଦିଲ୍ଲୀ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଟେକ୍ନୋଲୋଜୀର ଗନ୍ତାଘର ଗୁଗଲ ନିଜର ଆଉ ଏକ ସର୍ଭିସ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ୨୦୨୦ ମସିହା ସେପ୍ଟେମ୍ବର ମାସ ବେଳକୁ ଗୁଗଲ ନିଜର ଜବ ଆପ୍ଲିକେସନ ଟ୍ରାକିଙ୍ଗ ସିଷ୍ଟମ ହାୟରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବ ବୋଲି ଘୋଷଣା କରିଛି । ସୂଚନା ଅନୁଯାୟୀ ଗୁଗଲ ନିଜର ଏହି ଅନଲାଇନ ସର୍ଭିସକୁ ୨୦୧୭ରେ ଲଞ୍ଚ କରିଥିଲା ।

ଏକ ଟେକ୍ନୋଲୋଜି ୱେବସାଇଟର ରିପୋର୍ଟ ଅନୁଯାୟୀ ଗୁଗଲ ହାୟାରିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ୨୦୧୭ ମସିହାରେ ହାୟର ଲଂଚ କରିଥିଲା । ଏହା ସାହାଯ୍ୟରେ ଆବେଦକ ଜି ସୁଟରେ ଅତି ସହଜରେ ଜବ ସର୍ଚ୍ଚ କରିପାରୁଥିଲେ ଏବଂ ଏହା ବ୍ୟତୀତ ଜିମେଲ ବା ଗୁଗଲ କ୍ୟାଲେଣ୍ଡରରେ ଡକ୍ୟୁମେଣ୍ଟସକୁ ସିଡ୍ୟୁଲ କରିପାରୁଥିଲେ ।

ଗୁଗଲ କହିଛି କି କମ୍ପାନୀ ବର୍ତ୍ତମାନ ଏଭଳି ପ୍ରଡକ୍ଟସର କାମ ଉପରେ ଫୋକସ କରୁଛି ଯାହା ଗୁଗଲ କ୍ଲାଉଡ଼ ପୋର୍ଟଫୋଲିଓ ଉପରେ ଆଧାରିତ । ୟୁଜର୍ସ ମାନେ ବର୍ତ୍ତମାନ ଏକ ବର୍ଷ ପର୍ଯ୍ୟନ୍ତ ହାୟର ସର୍ଭିସକୁ ବ୍ୟବହାର କରିପାରିବେ ଏବଂ ୧ ସେପ୍ଟେମ୍ବର ୨୦୨୦ ଠାରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ ।

ସୂଚନା ମୁତାବକ ହାୟରକୁ ଡାୟନେ ଗ୍ରୀନ ପ୍ରସ୍ତୁତ କରିଥିଲେ ଏବଂ ସେହି ସମୟରେ ଏହା ବିବାପ ନାମକ ଏକ କମ୍ପାନୀର ଥିଲା । ପରେ ଗୁଗଲ ଏହାକୁ ଅଧିଗ୍ରହଣ କରି ନେଇଥିଲା ଏବଂ ଏକ ରିପୋର୍ଟ ଅନୁଯାୟୀ ଡାୟନେ ଗ୍ରୀନ ୩୮୦ ମିଲିୟନ ଡଲାର ବା ପାଖାପାଖି ୨,୭୨୫କୋଟି ଟଙ୍କାରେ ସେହି କମ୍ପାନୀ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.