Home କେନ୍ଦୁଝର ବିଷ ପିଇ ଆତ୍ମହତ୍ୟା

ବିଷ ପିଇ ଆତ୍ମହତ୍ୟା

56

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ପ୍ରଭାତ ବାରିକ(୪୨) ନାମକ ଜଣେ ଚାଷୀ ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପ୍ରଭାତଙ୍କ ଦୁଇ ଏକର ଚାଷଜମିରେ ଚଳିତବର୍ଷ ଭଲ ଧାନଚାଷ ହୋଇଥିଲେବି ଧାନରେ ରୋଗପୋକ ଯୋଗୁଁ ଧାନ ଥୋଡ ନବାହାରିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଅନ୍ୟପଟେ ଗତ ତିନିଦିନ ତଳେ କୌଣସି କାରଣକୁ ନେଇ ଘରେ ପାରିବାରିକ କଳହ ଲାଗିଥିଲା । ଫଳରେ ମାନସିକ ଭାରସାମ୍ୟ ହରାଇ ଗତ ଶୁକ୍ରବାର ଦିନ ଘରେଥିବା କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.