Home ଜିଲ୍ଲା ପରିକ୍ରମା ବିଷପାନ କରିଥିବା ଯୁବକ ଭୁଲ ଔଷଧ ପ୍ରକ୍ରିୟା ଯୋଗୁଁ ଗୁରୁତର ହେବା ନେଇ ଉତେଜନା, ନର୍ସିଂ...

ବିଷପାନ କରିଥିବା ଯୁବକ ଭୁଲ ଔଷଧ ପ୍ରକ୍ରିୟା ଯୋଗୁଁ ଗୁରୁତର ହେବା ନେଇ ଉତେଜନା, ନର୍ସିଂ ସିଷ୍ଟରଙ୍କ ଦୌରାତ୍ମ

422

ଟିଟିଲାଗଡ ୩-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସିଂଧେକେଲା ଥାନା ଅନ୍ତର୍ଗତ ଝରିଆଲ ଗ୍ରାମର ଜଣେ ଯୁବକ ବିଷପାନ କରି ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତର ଖାନାକୁ ଆସିଥିବା ବେଳେ କାର୍ଯ୍ୟରତ ଜଣେ ମହିଳା ନର୍ସ ତୃଟି ଯୁକ୍ତ ସାଲାଇନ ଦେବା ନେଇ ଉତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ ବବଲୁ ନାଗ (୧୮) ନାମକ ଜଣେ ଯୁବକ କୌଣସି କାରଣରୁ ଚାଷରେ ବ୍ୟବହୃତ ଏକ ସାର ବୋତଲ ପିଇ ଦେଇଥିବା ଜାଣି ପରିବାର ଲୋକେ ସିଂଧେକେଲା ସରକାରୀ ଡାକ୍ତରଖାନାକୁ ନେଇ ସେଠୁ ଆମ୍ବୁଲାନ୍ସ ଯୋଗେ ଅବସ୍ଥା ଗୁରୁତର ଥିବାରୁ ଟିଟିଲାଗଡକୁ ଆଣି ଥିଲେ। ଡାକ୍ତରଙ୍କ ଲେଖା ଅନୁଯାୟୀ ଜଣେ କାର୍ଯ୍ୟରତ ମହିଳା ନର୍ସ ଭୁଲ ପ୍ରକ୍ରିୟାରେ ସାଲାଇନ, ଇଂଜେକସନ ଦେଇ ଦେଇଥିଲେ ଫଳରେ ଯୁବକ ସଙ୍କଟାପନ୍ନ ଅବସ୍ଥାକୁ ଚାଲିଯାଇଥିଲେ। ପରେ ଔଷଧ ବିଶେଷଜ୍ଞ ପହଁଚି ଅନ୍ୟ କେତେକ ପ୍ରକାର ଇଂଜେକସନ ଦେଇ ଥିଲେ ସୁଦ୍ଧା ଯୁବକ ଗୁରୁତର ରହିଛି। ଏ ନେଇ ସମ୍ପର୍କୀୟ କହିବାରୁ ଡାକ୍ତରଙ୍କୁ କାହିଁକି କହିଲ କହି ଯୁକ୍ତି କରି ସମ୍ପର୍କୀୟ ଭାଇଙ୍କ ହାତରୁ ମୋବାଇଲ ଛଡେଇ ଭାଙ୍ଗି ଦେଇଥିଲେ। ଏ ନେଇ ଡାକ୍ତର ଖାନାରେ ଭିଡ ସହ ଉତେଜନା ପ୍ରକାଶ ପାଇଥିଲା। ଉକ୍ତ ଯୁବକଙ୍କ ଅବସ୍ଥାରେ ସୁଧାର ନ ଆସିଲେ ବୁର୍ଲା ନିଆଯିବ ବୋଲି ଜଣାଯାଇଛି। ତେବେ ଏହି ଡାକ୍ତର ଖାନାରେ ବିଭିନ୍ନ ବିଭାଗର ଡାକ୍ତର ପଦବୀ ଓ କର୍ମଚାରୀ ପଦବୀ ମାନ ଖାଲି ରହିବା ଓ କେତେକ ନର୍ସ ଙ୍କ ମନମୁଖୀ କାର୍ଯ୍ୟକଳାପ ଦୁବ୍ୟବହାର ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦୃଢ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.