ଭଦ୍ରକ, ୧୭ା୫ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ସମ୍ବାଦ କେନ୍ଦ୍ର ଭଦ୍ରକ ଶାଖା ତରଫରୁ ସଂସ୍କୃତି ଭବନରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ୪୦ରୁ ଉର୍ଦ୍ଧ୍ୱ ପୁସ୍ତକ ଲେଖି ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ପବିତ୍ର ପାଣିଗ୍ରାହୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ପ୍ରାନ୍ତ ପ୍ରଚାର ପ୍ରମୁଖ ମନୀନ୍ଦ୍ର ସୁନ୍ଦର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ ଦେବାଶିଷ ମିଶ୍ରଙ୍କ ମଂଚ ପରିଚାଳନା କରିଥିଲେ । ସଂସ୍କୃତି ଆଧାରିତ ଶିକ୍ଷା ଦ୍ୱାରା ରାଷ୍ଟ୍ର ଜାଗରଣ ସମ୍ଭବ ବୋଲି ମତ ରଖି ସାମ୍ବାଦିକମାନେ ସ୍ପଷ୍ଟବାଦୀ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ସାମ୍ପ୍ରତିକ ସମୟରେ ଗଣମାଧ୍ୟମ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ସମ୍ବାଦ ଏବଂ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ୱେ ଯଥାସାଧ୍ୟ ନିରପେକ୍ଷ, ସତ୍ୟନିଷ୍ଠା, ନିର୍ଭିକତା, ଅନିସନ୍ଧିତ୍ସୁ ସାମ୍ବାଦିକଙ୍କ ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଦେବର୍ଷି ନାରଦଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଭକ୍ତି ସୂତ୍ରର ବାଖ୍ୟା କରି ବର୍ତମାନର ସମୟରେ ଗଣମାଧ୍ୟମ ଜଗତରେ ତାହାର ଉପଯୋଗୀତା ବର୍ଣ୍ଣନା କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ବାଲେଶ୍ୱର ସଂସ୍କରଣର ଭଦ୍ରକ ପ୍ରତିନିଧି ପ୍ରଭାତ କୁମାର ଦାଶ ଏବଂ ଭଦ୍ରକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ସ୍ପଷ୍ଟ ଏବଂ ସ୍ୱଚ୍ଛ ସାମ୍ବାଦିକତା ପ୍ରସାରଣ ପାଇଁ ସାମ୍ବାଦିକମାନଙ୍କ ପାଖରେ ଆଗ୍ରହ ରଖିଥିଲେ। ତତ୍ ସହିତ ରାଷ୍ଟ୍ରହିତରେ ସମ୍ବାଦ ପ୍ରସାରଣ କରିବା ପାଇଁ ମଧ୍ୟ ମୁଖ୍ୟବକ୍ତା ଆଲୋକପାତ କରିଥିଲେ। ରବି ନାରାୟଣ ସାହୁ,ରଶ୍ମି ରଂଜନ ରାଉତ,ଧର୍ମେନ୍ଦ୍ର ଦାସ,ରତିକାନ୍ତ ଆଚାର୍ଯ୍ୟ,ସଞ୍ଜୟ ବାରିକ୍,ପ୍ରଦୀପ ପାତ୍ର,ସୁଦର୍ଶନ ଲାହା ପ୍ରମୁଖ ଉପସ୍ଥିତ ରହି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ବିଶ୍ୱ ସମ୍ବାଦ କେନ୍ଦ୍ର ପାଳିଲା ନାରଦ ଜୟନ୍ତୀ, ଯଥାସାଧ୍ୟ ନିରପେକ୍ଷ, ସତ୍ୟନିଷ୍ଠା, ଅନିସନ୍ଧିତ୍ସୁ ଧ୍ୟେୟ ହେଉ







