Home ଜିଲ୍ଲା ପରିକ୍ରମା ବିଶ୍ୱ ମହିଳା ଦିବସରେ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମହିଳା ମାଓବାଦୀ ର...

ବିଶ୍ୱ ମହିଳା ଦିବସରେ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମହିଳା ମାଓବାଦୀ ର ଆତ୍ମସମର୍ପଣ

65

ମାଲକାନଗିରି,୮ା୩(ଓଡିଆ ପୁଅ ) ଦରଭାଡିଭିଜନ କଟେକଲ୍ୟାଣ ଏରିଆ କମିଟି ତଥା ମହୁପଦର ତୁଳସି ପାହଡ ଅଚଂଳର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମହିଳା ମାଓବାଦୀ ଦେବେ ସୋଡି(୨୨)ଆଜି ମାଲକାନଗିରି ଜିଲ୍ଲାପୁଲିସ କାର୍ଯାଳୟ ଠାରେ ଏସପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଦେବେ ସୋଡି ଙ୍କ ନିଜ ଘର ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଗାଦିରାସ,କୁସରାଜ ଗ୍ରାମରେ ସେ ଗତ୨୦୧୨ ମସିହାରେ ମାଓସଂଗଠନରେ ଯୋଗଦେଇ ଛତିଶଗଡ ଓଡିଶା ବୋର୍ଡର ମିଲିଟାରୀ ପ୍ଲାଟୁନ ଦରଭାଡିଭିଜନ କଟେକଲ୍ୟାଣ କମିଟି ମେମ୍ବର ଓ ମାଥିଲି ବ୍ଲକ ମହୁପଦର ତୁଳସି ପାହଡ ଅଚଂଳରେ ଏସିଏମ ଭାବେ କାମକରୁଥିଲେ । ସେ ଗତ୨୦୧୭-୧୮ ମସିହାରେ ଦନ୍ତେଓ୍ୟ୍ର୍‌ଡା ଜିଲ୍ଲା କଟେକଲ୍ୟାଣ ଥାନା ମାଦୁଜୁମ ଓ ଚୁରନର ଜଙ୍ଗଲରେ ପୁଲିସ ଉପରକୁ ଗୁଳିଚଳାଇବା, ୨୦୧୯ ମସିହାରେ ମାଥିଲି ଥାନା ମହୁପଦର ତୁଲସି ପାହଡରେ ପୁଲିସ ସହ ଗୁଳିବିନିମୟ ଘଟଣା ସହ କଟେକଲ୍ୟାଣ ଥାନାସ୍ଥ ଚିକପାଲ ଗ୍ରାମ ମୁଖିଆ ଆଡମା ଙ୍କୁ ହତ୍ୟା,୨୦୨୦ ମୋପାଡ ଥାନାସ୍ଥ କାରକାମ ଗ୍ରାମ ମୁଖିଆ ଲ କ୍ଷ୍‌ମଣ ଙ୍କୁ ହତ୍ୟା କରିବା ସହିତ ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲାର ବିଭିନସ୍ଥାନ ରେ ମାଓହିଂସାକାଣ୍ଡରେ ସାମିଲ ଥିଲେ ତାଙ୍କ ମୁଣ୍ଡଉପରେ ଓଡିଶା ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି । ଏହି ଅବସରେ ମହିଳା ମାଓବାଦୀ ଦେବେ ସୋଡି ଓ ଆଗରୁ ଆତ୍ମସମର୍ପଣ କରିଥିବା ଅନ୍ୟମହିଳା ମାଓବାଦୀ ମାନଙ୍କୁ ବସ୍ତ୍ର ,ପୁସ୍ପଗୁଛ ଦେଇ ଏସପି ରିଶିକେଶ ଡି ଖିଲାରୀ ଓ ବିଏସଏଫ କମାଣ୍ଡେଟଂ ତୀର୍ଥ ଆଚାରୀୟା ସ୍ୱାଗତ ସମ୍ବର୍ଦ୍ଦନା ଜଣାଇ ିଥିଲେ । ମାଓବାଦୀ କ୍ୟାର୍ଡର ଲିଡର ମାନେ ମହିଳା ମାଓବାଦୀ ଙ୍କ ପ୍ରତି ଅସଦାଚାରଣ କରିବା,ମାଓପ୍ରବଣ ଅଚଂଳରେ ସରକାରଙ୍କର କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇପାରୁନଥିବା ଆନ୍ଦ୍ରପ୍ରଦେଶ ଓଡିଶା ଓ ଛତିଶଗଡ କ୍ୟାର୍ଡମାଓବାଦୀ ମାନଙ୍କ ମଧ୍ୟରେ ଭେଦଭାବ ତଳ କ୍ୟାର୍ଡର ମାଓବାଦୀଙ୍କ ଉପରେ ଜୁଲମ ଚଳାଇବା, ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଗାଁ ଲୋକମାନଙ୍କୁ ମନାଇ ଓ ଧମକଦେଇ ମାଓବାଦୀ ମାନେ ସେମାନଙ୍କ ସଂଗଠନରେ ସାମିଲ କରିବା,ଏପରିକି ମହିଳା, ଯୁବତୀ ଓ ସାନପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ମାଓସଂଗଠନ ରେ ସାମନିଲ କରି ନାନା ପ୍ରକାର ନିର୍ଯ୍ୟାତନା ଦେଇଥାନ୍ତି , କିଛି ବର୍ଷ ପରେ ସେ ଜାଣିବାକୁ ପାଇଲେ ଯେ ମାଓବାଦୀ ମାନେ ଗାଁ ଲୋକଙ୍କର କିଛି ଉପକାର କରୁନାହାଁନ୍ତି ଓଲଟି ସେମାନଙ୍କୁ ହତ୍ୟା,ମାଡଧର କରୁଛନ୍ତି,ଦିନରେ ପୁଲିସର ଗିରଫ ଭୟ ରାତିରେ ମାଓବାଦୀଙ୍କ ଅତ୍ୟାଚାର କେତେଦିନ ଆଉ ସହିବେ ,ମାଓବାଦୀ ଙ୍କ ଭୟରେ ବିଭିନ୍ନଗ୍ରାମରେ କୌଣସି ସରକାରି ଉନ୍ନୟନ କାମ ହେଲାନାହିଁ, ଗରିବ ଲୋକେ ଇନ୍ଦିରା ଆବାସଟିଏ କି ରାସନକାର୍ଡ ଟିଏ ମଧ୍ୟ ପାଇପାରିଲେ ନାହିଁ କି ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ, କେତେ ଦିନ ଆଉ ମାଓବାଦୀଙ୍କୁ ଭୟକରି ସେମାନଙ୍କୁ ସମର୍ଥନ ଜଣାଇବେ ,ସେ ନିସ୍ପତି ନେଲେ ମାଓସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣକରି ସାଧାରଣ ମହିଳା ପରି ବଚିଂବାପାଇଁ । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଦେବେ ସୋଡି ଏହି ସବୁକାରଣ ଯୋଗୁ ମାଓସଂଗଠନ ଛାଡିଲେ ବୋଲି କହିଛନ୍ତି ।ଆଜି ପବିତ୍ର ବିଶ୍ୱ ମହିଳା ଦିବସ ଥିବାରୁ ସେ ମାଓସଂଗଠନ ଠାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ଜଣେ ଭଲ ମହିଳା ସୁଗୃହିଣୀ ଭାବେ ଜୀବନ ବିତାଇବା ପାଇଁ ନିସ୍ପତି ନେଇଛନ୍ତି, ଆଗରୁ ସେ ମାଓବାଦୀ ସଂଗଠନରେ ଥିବା ବେଳେ ଜଙ୍ଗଲରେ ଲୁଛି ଛପି ମହିଳା ଦିବସ ପାଳୁଥିଲେ । ଏବେ ସେ ଖୋଲଆକାଶର ବିହଙ୍ଗପରି ଖୋଲମ ଖୋଲା ଭାବେ ମହିଳା ଦିବସ ପାଳିପାରୁଛନ୍ତି ବୋଲି ଆତ୍ମସମର୍ପଣ କରିଥିବା ଦେବେ ସୋଡି କହିଛନ୍ତି ।ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀ ଦେବେ ଙ୍କୁ ସମସ୍ତପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦରଭାଡିଭିଜନ ମୋଷ୍ଠ ଓ୍ୟାଟେଂଡ ମାଓନେତ୍ରୀ ଦେବେ ସୋଡି ମାଲକାନଗିରି ପୁଲିସନିକଟରେ ଆତ୍ମସମର୍ପଣ କରିଥିବାରୁ ଦରଭାଡିଭିଜନ ମାଓସଂଗଠନକୁ ଏକ ଶକ୍ତଧକ୍କା ଲାଗିଥିବା ବେଳେ ଛତିଶଗଡ ଓ ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.