Home ଜିଲ୍ଲା ପରିକ୍ରମା ବିଶ୍ୱ ମଧୁମେହ ଦିବସ ପାଳନ, ଜିଲ୍ଲା ସଂସ୍କୃତି ଭବନରେ ହେବ ପରୀକ୍ଷା ଶିବିର ଓ ସଚେତନତା...

ବିଶ୍ୱ ମଧୁମେହ ଦିବସ ପାଳନ, ଜିଲ୍ଲା ସଂସ୍କୃତି ଭବନରେ ହେବ ପରୀକ୍ଷା ଶିବିର ଓ ସଚେତନତା କାର୍ଯ୍ୟକ୍ରମ

17

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲ୍ଲା ମିଶନ୍ ନିର୍ଦ୍ଦେଶକଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଏହି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଉତ୍କଳମଣି ଫାଉଣ୍ଡେସନ୍ ଟ୍ରଷ୍ଟ, ଲାୟନ୍ସ କ୍ଲବ ଭଦ୍ରକ ଏବଂ ସାଳନ୍ଦୀ ବିକାଶ ମଞ୍ଚ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ ତାରିଖ ସୋମବାର ଦିନ ଜିଲ୍ଲା ସଂସ୍କୃତି ଭବନରେ ଦିବସ ଭରି ଏହି ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଧୁମେହ ସାଙ୍ଗରେ ଜୀବନ ଜୀଇଁଥିବା ରୋଗୀ ତଥା ସାଧାରଣ ଜନତା ସଚେତନତା ଓ ମଧୁମେହ ରୋଗ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ସହ ରୋଗ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରୋଗ ଚିହ୍ନଟ ଶିବିର ଓ ଅପରାହ୍ନ ୩.୩୦ରେ ସଚେତନତା ଧର୍ମୀ ସାଧାରଣ ସଭା ଅନୁଷ୍ଠିତ ହେବ। ଯେଉଁ ହିତାଧିକାରୀମାନେ ଏହି ଶିବିର ର ସୁଯୋଗ ନେବାକୁ ଚାହୁଁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ଆଇଡ଼ି ତିଆରି କରିବା ପାଇଁ ଆଧାରକାର୍ଡ଼ ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.