Home ଜିଲ୍ଲା ପରିକ୍ରମା ଓଡ଼ିଶା ସରକାର ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୩ ହଜାର କରିବାକୁ ଦାବି

ଓଡ଼ିଶା ସରକାର ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୩ ହଜାର କରିବାକୁ ଦାବି

64

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ଗ୍ୟାସ୍ ସିଲିଣ୍ଡରର ଦାମ୍ ୧୦୯୫ ଟଙ୍କା ହୋଇଥିବାବେଳେ ଓଡ଼ିଶା ସରକାର ଗୋଟିଏ ଭିନ୍ନକ୍ଷମ ପରିବାରର ମାସିକ ଭରଣପୋଷଣ ପାଇଁ ମାତ୍ର ୫ ଶହ ଟଙ୍କା ଭତ୍ତା ଆକାରରେ ଦେଇ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଂପର୍କରେ ଦମ୍ଭୋକ୍ତି ପ୍ରଦାନ୍ତ କରିଛନ୍ତି। ଏକ ଅନୁଶୀଳନରୁ ଯାହା ଜଣାଯାଏ ଓଡ଼ିଶା ଦେଉଥିବା ପେନସନର ପରିମାଣ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍। ଗତ ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖରେ କେନ୍ଦ୍ରୀୟ ଭିନ୍ନକ୍ଷମ ଉପଦେଷ୍ଟା ପରିଷଦ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଥିଲା। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଭାଗ ନେଇ ଅରୁଣାଚଳପ୍ରଦେଶ, ଛତିଶଗଡ, ସିକିମ ର ମନ୍ତ୍ରୀମାନେ ତାଙ୍କ ରାଜ୍ୟରେ ଭିନ୍ନକ୍ଷମ ଭତ୍ତା ୨ ହଜାର ଟଙ୍କା ଦିଆଯାଉଥିବା କଥା କହିଥିଲେ। ସେହି ବୈଠକରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଭତ୍ତା ବଢାଇବା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ ନକରି ନୀରବ ରହିଥିଲେ।

ତାଙ୍କର ଏହି ନିରବତା ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବର୍ଦ୍ଧିତ ପରିମାଣରେ ଯୋଗାଇ ଦେବା ସଂପର୍କରେ ରାଜ୍ୟ ସରକାରଙ୍କ ପାଇଁ ଏକ ଲଜ୍ଜାଜନକ ଓ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଥିଲା। ଯଥାଶୀଘ୍ର ଓଡ଼ିଶା ସରକାର ଭିନ୍ନକ୍ଷମ ଭତ୍ତା ୫ ଶହ ଟଙ୍କାରୁ ୩ ହଜାର ଟଙ୍କା ମାସିକ ବୃଦ୍ଧି କରିବା ପାଇଁ ଓଡ଼ିଶା ବିକଳାଙ୍ଗ ମଂଚର ଅକ୍ଷୟ କୁମାର ସାହୁ, ମନୋରଂଜନ ତ୍ରିପାଠୀ, ଯଦୁମଣି ଦାସ, କୃପାସିନ୍ଧୁ ବେହେରା, ଶ୍ରୀଧର ପ୍ରସାଦ ଭୋଳ, ଅମୂଲ୍ୟ ମହାଳିକ, ଗଙ୍ଗାଧର ମାଇତି, ରାଧାପ୍ରସାଦ ଜେନା, ଚନ୍ଦ୍ରକାନ୍ତ ନାୟକ, ସବିତା ବରାଳ, କରୁଣାକର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନମାନେ ଦାବି କରୁଛନ୍ତି। ଚଳିତମାସରେ ହେବାକୁ ଥିବା ଏକାଦଶ ବିଧାନସଭା ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଠୋସ୍ ନିଷ୍ପତ୍ତି ନେବାକୁ ଓଡ଼ିଶା ବିକଳାଙ୍ଗ ମଂଚ, ଉତ୍କଳ ଦୃଷ୍ଟିହୀନ ସଂଘ ସମେତ ବହୁ ସାମାଜିକ ସଂଗଠନ ଏହି ସଂପର୍କରେ ସ୍ୱତନ୍ତ୍ର ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.