Home ଓଡ଼ିଶା ବିଶ୍ୱ ଜଳାନ୍ତକ ଦିବସରେ ପୋଷା କୁକୁର ମାନଙ୍କୁ ମାଗଣାରେ କୃମି ନିରାକରଣ ସହ ଜଳାନ୍ତକ ପ୍ରତିଷେଧକ...

ବିଶ୍ୱ ଜଳାନ୍ତକ ଦିବସରେ ପୋଷା କୁକୁର ମାନଙ୍କୁ ମାଗଣାରେ କୃମି ନିରାକରଣ ସହ ଜଳାନ୍ତକ ପ୍ରତିଷେଧକ ଟିକା ପ୍ରଦାନ

43

ମାଲକାନଗିରି,୨୯ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି ।ଏହି ଅବସର ରେ ସହର ୫୦ରୁ ଉର୍ଦ୍ଦ ପୋଷାକୁକୁରଙ୍କୁ ପ୍ରାଥମିକ କୃମି ନିରାକରଣ ସହ ଜଳାନ୍ତକ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଥିଲା । କାର୍ଯ୍ୟାଳୟ ସଭାଗୃହରେ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ବିଶ୍ୱଜଳାନ୍ତକ ଦିବସ ଅବସରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଜିଲ୍ଲାପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସାରଙ୍ଗଧର ସତପଥୀ,ସମ୍ମାନିତ ଅତିଥି ଭାବେ ସହକାରି ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା.ଲକ୍ଷମୀଧର ବେହେରା,ଅତିରିକ୍ତ ଜିଲ୍ଲାପ୍ରଣୀ ଚିକିତ୍ସାଅଧିକାରୀ ଡା.ଅଶୋକ ତ୍ରୀପାଠୀ ଓ ଡା.ଜି.ଏସ.ପି ସତପଥୀ ଯୋଗଦେଇ ବିଶ୍ୱ ଜଳାନ୍ତକ ଦିବସର ତାତପର୍ଯ୍ୟତା ସଂପର୍କରେ କହିବା ସହିତ ଜଳାନ୍ତକ ରୋଗର ନିରାକରଣ କରିବା ନିମନ୍ତେ ଜନସଚେତନତା ର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରାଣୀଚିକିତ୍ସାଳୟର ନୋଡାଲ ଅଧିକାରୀ ଡା.ବିକାଶ ଚନ୍ଦ୍ର ସରଦାର ପରିଚାଳନା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଡାକ୍ତର ବଦ୍ରୀନରାୟଣ ଚାନ୍ଦ,ଡାକ୍ତର ଦେବାଶିସ ସଡଙ୍ଗୀ,ଡା.ସୁବ୍ରାସୁଂ ସାହୁ,ଭିଏସ ଡା.ଏମ.ନାଜାର ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଜଳାନ୍ତକ ଦିବସ ସଂପର୍କରେ କହିବା ସହିତ ପୋଷା କୁକୁର ମାନଙ୍କୁ ମାଗଣାରେ ପ୍ରାଥମିକ କୃମି ନିରାକରଣ ସହ ଜଳାନ୍ତକ ପ୍ରତିଷେଧକ ଟିକା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.