Home ଓଡ଼ିଶା ପୋଖରୀରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

ପୋଖରୀରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

42

ମାଲକାନଗିରି,୨୯ା୯ (ଓଡିଆ ପୁଅ )ମାଲକାନଗିରି ଥାନାସସ୍ଥ ତଣ୍ଡାପାଲି ଏମଭି୧୫ ନମ୍ବର ରାସ୍ତାକଡରେ ଥିବା ଏକ ଛୋଟପୋଖରୀ ରୁ ଜଣ ଅଚିହ୍ନା ଯୁବକର ମୃତ ଶରୀର ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି । ତଣ୍ଡାପାଲି ଓ ଏମଭି୧୫ ଗ୍ରାମ ମୁଖ୍ୟ ରାସ୍ତା କଡରେ ଥିବା ଏକ ଛୋଟ ପୋଖରୀରେ ଜଣେ ଅଚିହ୍ନା ଯୁବକର ମୃତଶରୀର ପଡିଥିବାର ଗ୍ରାମବାସୀ ମାନେ ଆଜି ସକାଳେ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ମାନେ ଏ ସଂପର୍କରେ ମାଲକାନଗିରି ଆଦର୍ଶ ଥାନାକୁ ଜଣାଇଥିଲେ,ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ସହିତ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଧରି ସେଠାରେ ପହଁଚିଥିଲେ, ପୋଖରୀ ମଧ୍ୟରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସହାୟତାରେ ମୃତଶରୀର ଉଦ୍ଧାର କରିଥିଲେ । ଯୁବକଟି ଫୁଲ ପ୍ୟାଟଂ,ଫୁଲ ସାର୍ଟ ପିନ୍ଧିଥିଲା,ହାତ ଉପରକୁ ଟେକି ମୃତଅବସ୍ଥାରେ ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି, ଉଦ୍ଧାର ମୃତ ଶରୀରକୁ ପୁଲିସ ମାଲକାନଗିରି ଜିଲ୍ଲାହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଦେଇଛନ୍ତି ।ମାଲକାନଗିରି ଥାନାରେ ଏ ସଂପର୍କରେ ଏକ ମାମଲାରୁଜୁ କରାଯାଇ ପୁଲିସ ପକ୍ଷରୁ ଅଚିହ୍ନା ଯୁବକର ପରିଚୟ ଖୋଜିବା ସହିତ ମୃତ୍ୟୁ ସଂପର୍କରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.