Home ଜିଲ୍ଲା ପରିକ୍ରମା ବିଶ୍ୱ ଜନସଂଖ୍ୟା ପକ୍ଷ ଦିବସ ପାଳିତ ,ପରିବାର ନିୟନ୍ତ୍ରଣ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ –...

ବିଶ୍ୱ ଜନସଂଖ୍ୟା ପକ୍ଷ ଦିବସ ପାଳିତ ,ପରିବାର ନିୟନ୍ତ୍ରଣ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ – ଜିଲାପାଳ

1

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସଦ୍‌ଭାବନା ଗୃହରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳିତ ହୋଇଯାଇଛି। ଜିଲାପାଳ ଡଃ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡିଏମ୍‌ଓ ପ୍ରମୋଦ କୁମାର ପ୍ରହରାଜ, ଏଡିପିଏଚ୍ (ଏଫଡବ୍ଲ୍ୟୁ) ଡ. କମଳାକାନ୍ତ ସାହୁ, ଡିପିଏଚ୍‌ଓ ସୁଧୀରଂଜନ ନାୟକ, ଡ. ସନ୍ତୋଷ କୁମାର ପୃଷ୍ଟି, ଡ. ଜୟନ୍ତ ପଣ୍ଡା, ଡ. ସଂଗୀତା ବଳ, ଡ. ଲଳିତା ସୋରେନ, ଡ. ସୌଦାମିନି ଧଳ, ଡିପିଏମ୍ ବନବିହାରୀ ମିଶ୍ର ଓ ଜନସଂଖ୍ୟା ଯୋଗାଯୋଗ ଅଧିକାରିଣୀ ଅନିତା ରାଉତଙ୍କ ସହ ବହୁ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗଦେଇଥିଲେ। ଜିଲାପାଳ ଶ୍ରୀ ରାଉତରାୟ ଆନୁଷ୍ଠାନିକ ଭାବେ ଏହି ପକ୍ଷ ପାଳନ ଦିବସକୁ ଉଦ୍‌ଘାଟନ କରି କହିଲେ ଯେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ବେକାରୀ, ଦାରିଦ୍ର‌୍ୟ, ଖାଦ୍ୟ ଅଭାବ, ସ୍ୱାସ୍ଥ୍ୟସେବା ଉପରେ ଚାପ ଓ ପରିବେଶ ପ୍ରଦୂଷଣ ଭଳି ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ଭାରତ ସବୁଠାରୁ ଜନସଂଖ୍ୟା ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଗୋଟିଏ। ପରିବାର ନିୟୋଜନ ହେଉଛି ଜନସଂଖ୍ୟା ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ପରିବାରକୁ ଯେପରି ଯଥେଷ୍ଟ ଛୋଟ କରାଯାଇପାରିବ, ସେ ଦିଗରେ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ ତରଫରୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ୨୦୨୫-୨୬ ରେ ୨୩୫୫ ଟି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଛି। ଏହା ମଧ୍ୟରୁ ୪୧ଟି ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଛି। ଅସ୍ଥାୟୀ ଗର୍ଭନିରୋଧକ ଇଞ୍ଜେକସନ (ଅନ୍ତରା) ଦେବାରେ ଭଦ୍ରକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବାଧିକ ଅନ୍ତରା ଇଞ୍ଜେକସନ ଦେବାରେ ପ୍ରଥମ ସ୍ଥାପନ ଅଧିକାର କରିଥିବାବେଳେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କାର୍ଯ୍ୟରେ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ, ବାସୁଦେବପୁର ଦ୍ୱିତୀୟ ଓ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତୃତୀୟରେ ରହିଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବାଧିକ ଅସ୍ତ୍ରୋପଚାର କରିଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଅମରେନ୍ଦ୍ର ଜେନା, ସର୍ବାଧିକ ପୁରୁଷ ବନ୍ଧ୍ୟାକରଣ କରିଥିବା ଡାକ୍ତର ମନ୍ମୟ କୁମାର ସାମନ୍ତସିଂହାରଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସର୍ବାଧିକ ପ୍ରସବୋତର ପରିବାର ନିୟନ୍ତ୍ରଣ ଅପରେସନ କରିଥିବା ଡାକ୍ତର ସୌଦାମିନି ଧଳ ଓ ସବୁଠୁ ଭଲ ଜନସ୍ୱାସ୍ଥ୍ର ସଂପ୍ରସାରଣ ଅଧିକାରୀ ଭାବେ କିଶୋର ଚନ୍ଦ୍ର ପରିଡା, ସୁରେଶ ଚନ୍ଦ୍ର ପ୍ରଧାନ ଓ ପୁରୁଷ ବନ୍ଧ୍ୟାକରଣରେ ପ୍ରବର୍ତାଇ ଆଣିଥିବା ରାଖାଲ ଚନ୍ଦ୍ର ପଲାଇଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଇନ୍ଦ୍ରାଣୀ ତ୍ରିପାଠୀ, ସ୍ୱାସ୍ଥ୍ୟକର୍ମୀ ସଂଯୁକ୍ତା ମହାନ୍ତି ଓ ପ୍ରତିଭା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.