Home ଜିଲ୍ଲା ପରିକ୍ରମା ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ

ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ

20

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ବର୍ଷ ଭଳି ଏପ୍ରିଲ ମାସ ଶେଷ ଶନିବାରକୁ ବିଶ୍ୱପ୍ରାଣୀ ଚିକିସାôା ସଂଘ ଦ୍ୱାରା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଭାବେ ୨୦୨୦ ମସିହା ଠାରୁ ପାଳନ କରାଯାଉଅଛି । ଚଳିତ ବର୍ଷ ଏହାର ମୁଖ୍ୟ ବାର୍ତ୍ତା ହେଲା “ ପ୍ରାଣୀ ଚିକିତ୍ସା ବୃତି କ୍ଷେତ୍ରରେ ବିବିଧତା, ନିରପେକ୍ଷତା ଓ ସମୂହିତାର ବିକାଶ ନିମନ୍ତେ ପ୍ରୋତ୍ସାହିତ କରିବା” । ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଭଦ୍ରକ ତରଫରୁ ୨୮ ଓ ୨୯ ତାରିଖ ୨ ଦିନ ଧରି ପାଳନ କରାଯାଇଅଛି । ପ୍ରଥମ ପର୍ଯ୍ୟାୟରେ ତା ୨୮.୪.୨୦୨୩ରିଖ ଦିନ ଶ୍ରୀ ଶ୍ରୀ ଗୋପାଳଜୀ ଗୋଶାଳା, ମଠସାହି, ଭଦ୍ରକ ଠାରେ ପ୍ରାଣୀ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରାଣୀମାନଙ୍କୁ ବିଭାଗ ତରଫରୁ ଫଳ ଓ ସବୁଜ ଘାସ ଖାଇବାକୁ ଦିଆଯାଇଥିଲା । ତିହିଡ଼ି ବ୍ଲକର କୃତ୍ତିଦାସପୁର ଗ୍ରାମରେ ଏକ ଜିଲ୍ଲାସ୍ତରୀୟ ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।

ଏଥିରେ ୩୦୦ ରୁ ଅଧିକ ପ୍ରାଣୀମାନଙ୍କର ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ତା ୨୯.୪.୨୩ରିଖ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଶନିମନ୍ଦିର ଛକ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଏହି ରାଲିରେ ବହୁ ସଂଖ୍ୟାରେ ପ୍ରାଣୀପାଳକ, ପ୍ରାଣୀ ଚିକିତ୍ସକ ଓ ପ୍ରାଣୀପ୍ରେମୀ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ । ଏହାପରେ ହୋଟେଲ ବ୍ଲୁ ଭାଇନ ଠାରେ ପ୍ରାଣୀଚିକିତ୍ସକ ଓ ଚାଷିମାନଙ୍କର ଏକ ସମାବେଶ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟସ୍ତରୀୟ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ କାର୍ଯ୍ୟକର୍ମର ସିଧାପ୍ରସାରଣ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଶୁଭେନ୍ଦୁ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଭବାନୀଶଙ୍କର ମହାପାତ୍ର ଯୋଗ ଦେଇଥିଲେ ଏବଂ ବହୁ ସଂଖ୍ୟାରେ ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ରହି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା । ସମାଜକୁ ପ୍ରାଣୀ ଏବଂ ପ୍ରାଣୀ ଚିକିତ୍ସକମାନଙ୍କର ଅବଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଏଥିରେ ଡ଼. ଚନ୍ଦ୍ରଶେଖର ରଥ, ଡ଼. ସୁଶୀଲ କୁମାର ଧଳ, ଡ଼. ଗୋପାଳ ଚରଣ ବଳ ପ୍ରମୁଖ ଜିଲ୍ଲାସ୍ତରୀୟ ପ୍ରାଣୀଚିକିତ୍ସା ଅଧିକାରୀମାନେ ଉପସ୍ଥିତ ଥିଲେ । ଡ଼. ନିର୍ମଳ ଚନ୍ଦ୍ର ବାରିକ୍‌. ବିଭି.ଓ ବନ୍ତ ଓ ଡ଼ି. ମଧୁସ୍ମିତା ପଣ୍ଡା, ନୋଡ଼ାଲ ଅଫିସର ଏହି ସଭାକୁ ପରିଚାଳନା କରିଥିଲେ । ଶେଷରେ ଡ଼. ନିରାକାର ଜେନା, ବି.ଭି.ଓ ତିହିଡ଼ି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.