Home ଓଡ଼ିଶା ବିଶ୍ବରେ କରୋନା ଠାରୁ ଜନଜୀବନକୁ ମୁକ୍ତି ପାଇଁ ଆଜି ଯାଜପୁର ବାବା ସିଦ୍ଧେଶ୍ୱରଙ୍କ ପାଖରେ ଜଳ...

ବିଶ୍ବରେ କରୋନା ଠାରୁ ଜନଜୀବନକୁ ମୁକ୍ତି ପାଇଁ ଆଜି ଯାଜପୁର ବାବା ସିଦ୍ଧେଶ୍ୱରଙ୍କ ପାଖରେ ଜଳ ଭିଷେକ କଲେ ସେବାୟତ

174

ଯାଜପୁର ,ତା ୧୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତାଲିହା ପଞ୍ଚାୟତ ଅନ୍ତର୍ଗତ ବହୁ ପୁରାତନ ଶୈବ ମନ୍ଦିର ବାବା ସିଦ୍ଧେନାଥ ସିନ୍ଧେଶ୍ବର ରୂପେ ବେଶ୍ ପରିଚିତ ମହାପ୍ରଭୁଙ୍କ ଚଳିତ ବୈଶାଖ ମାସ ଭରି ଜଳା ଭିଷେକ ଓ ରୁଦ୍ରା ଭିଷେକ ଶହଶହ ଭକ୍ତମାନେ ନିଜ ଓ ପରିବାରର ମନସ୍କାମନା ପାଇଁ କରିଥାନ୍ତି । ହେଲେ ଭାଗ୍ୟର ବିଡ଼ମ୍ବନା ଯେ ଏହି ମହାମାରୀ କରୋନା ଯୋଗୁଁ ଏହା ହେଇ ପାରୁନାହିଁ । ଯାହାକୁ ନେଇ ବାବା ସିଦ୍ଧେଶ୍ୱରଙ୍କ ସେବାୟତମାନେ ଆଜି ବୈଶାଖ ମାସର ଶେଷ ସୋମବାର ଥିବାରୁ କରୋନା ମହାମାରୀ ଠାରୁ ବିଶ୍ବର ଜନଜୀବନକୁ ମୁକ୍ତି ପାଇଁ ଜଳା ଭିଷେକ କରିଛନ୍ତି । ବାବା ସିଦ୍ଧେଶ୍ୱରଙ୍କ ପୌରାଣିକ କିମ୍ବଦନ୍ତୀ ଅନୁସାରେ ତାହା ସଂକ୍ଷେପରେ ବ୍ୟାଖ୍ୟା କରାଯାଇଛି । ଏହିଦିନ ଯେଉଁ ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି, ସେମାନେ ଇପ୍ସିତ ଫଳପ୍ରାପ୍ତ କରନ୍ତି ବୋଲି କୁହାଯାଏ । ସିଦ୍ଧେଶ୍ୱର ମନ୍ଦିରର ମହିମା ବହୁ ଅପାର ଯାହାକି ଶିବ, ପାର୍ବତୀ, ବିଷ୍ଣୁ ଯେଉଁ କ୍ଷେତ୍ରରେ ଏକତ୍ର ପୂଜା ପାଆନ୍ତି । ଯାଜପୁର ଜିଲ୍ଲାର ଅଗଣିତ ଶିବଲିଙ୍ଗ ଭିତରୁ ସିଦ୍ଧେଶ୍ୱର ମନ୍ଦିର ଅନ୍ୟତମ, ସିଦ୍ଧେଶ୍ୱର ମନ୍ଦିର ଗଙ୍ଗ ବଂଶର କ୍ରୀର୍ତ୍ତି, ଗଙ୍ଗ ରାଜତ୍ୱ ବେଳରୁ ଏହା ସର୍ବ ପୁରାତନ ମନ୍ଦିର ଅଟେ । ଏହି ମନ୍ଦିର ବାବା ସିଦ୍ଧେଶ୍ୱର ଭାବେ ବେଶ୍ ପରିଚିତ । ଏଥିସହ ଏଠାରେ ବହୁ ବିଧି ବିଧାନ ଅନୁସାରେ ପୂଜା କରାଯାଇଥାଏ । ମହାନ୍‍ ସନାତନୀ ଭାରତୀୟ ପର୍ବଟି ଓଡ଼ିଶାରେ ଟିକେ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ । ଓଡ଼ିଶାରେ ଶିବ ମନ୍ଦିରମାନଙ୍କରେ ବେଢ଼ା ପରିକ୍ରମା ନୀତି ଅର୍ଥାତ୍‌ ମନ୍ଦିରରେ ପୂଜା ପାଉଥିବା ମୂଳ ଶିବ ଲିଙ୍ଗଙ୍କ ପ୍ରତିନିଧି ସ୍ୱରୂପ ଚଳନ୍ତି । ଆଜି ମନ୍ଦିରରେ ଧନଜୟ ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ହରିଶଙ୍କର ଦୀକ୍ଷିତ, ପ୍ରୀତିରଞ୍ଜନ ଦୀକ୍ଷିତ, ହୃଷିକେଶ ଦୀକ୍ଷିତ, ଦୁର୍ଗାମାଧବ ଦୀକ୍ଷିତ, ଭବାନୀ ଦୀକ୍ଷିତ, ଜୟ ପ୍ରକାଶ ଦୀକ୍ଷିତ, ଲଳିତ ଦୀକ୍ଷିତ, ଶୁଭ୍ରମ କେଶରୀ ଦୀକ୍ଷିତ, ବିଶ୍ୱଜିତ ଦୀକ୍ଷିତ, ରାକେଶ ଦୀକ୍ଷିତ, ପାପୁନ ପାଣିଗ୍ରାହୀ, ଦୁର୍ଗାଶଙ୍କର ଦୀକ୍ଷିତ ଉପସ୍ଥିତ ରହି ସିଦ୍ଧେଶ୍ୱରଙ୍କ ଜଳ ଭିଷେକ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.