Home ଓଡ଼ିଶା କର୍ମ ଦିବସକୁ ୮ଘଣ୍ଟାରୁ ୧୨ଘଣ୍ଟା ବୃଦ୍ଧିକୁ ନେଇ ଏଆଇଟିୟୁସି ପକ୍ଷରୁ ମୌନ ପ୍ରତିବାଦ

କର୍ମ ଦିବସକୁ ୮ଘଣ୍ଟାରୁ ୧୨ଘଣ୍ଟା ବୃଦ୍ଧିକୁ ନେଇ ଏଆଇଟିୟୁସି ପକ୍ଷରୁ ମୌନ ପ୍ରତିବାଦ

181

କେନ୍ଦୁଝର, ତା ୧୧ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର୍ଥ ପାତ୍ରଙ୍କ ରିପୋର୍ଟ- ଦୈନିକ ଶ୍ରମ ସମୟ ୮ଘଣ୍ଟା ଥିବା ବେଳେ ତାହା ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି, ଯାହାକୁ ନେଇ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ପକ୍ଷରୁ ମୌନ ପ୍ରତିବାଦ କରାଯାଇଛି । ଖବର ଅନୁଯାୟୀ ସମୟ ବୃଦ୍ଧି ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ବଡ଼ବିଲ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ଆଜି ମୌନ ପ୍ରତିବାଦ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ବୋଲି ଏଆଇଟିୟୁସି ପକ୍ଷରୁ ଅଭିଯୋଗ କରାଯାଇଛି । ଫ୍ୟାକ୍ଟ୍ରି ଆକ୍ଟ (୧୯୪୮) ଅନୁଯାୟୀ ଶ୍ରମ ସମୟ ୮ ଘଣ୍ଟା ସ୍ଥିର କରାଯାଇଥିବା ବେଳେ ତାହା ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଦ୍ୱାରା ବେକାରୀ ସମସ୍ୟା ଆହୁରି ଉତ୍କଟ ସ୍ଥିତି ଧାରଣ କରିବ ବୋଲି ଆନ୍ଦୋଳନକାରୀ ଯୁକ୍ତି ବାଢ଼ିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ପାଇଁ ଏଆଇଟିୟୁସି ପକ୍ଷରୁ ଦାବି କରାଯାଇଛି । ପ୍ରତିବାଦ ସମୟରେ ୨୨ ଜଣ ଶ୍ରମିକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସରକାରଙ୍କ ଲକ୍ ଡାଉନ୍ ନିୟମକୁ ଅନୁପାଳନ କରି ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପ୍ରତି ଦୃଷ୍ଟି ଦେଇ ଏଆଇଟିୟୁସି ପକ୍ଷରୁ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.