Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ନବଘନ ସାହୁ ଆଉ ନାହାଁନ୍ତି

ବିଶିଷ୍ଟ ସମାଜସେବୀ ନବଘନ ସାହୁ ଆଉ ନାହାଁନ୍ତି

6

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଜଣେ ବିଶିଷ୍ଟ ସମାଜସେବୀ ନବଘନ ସାହୁଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର ବିୟୋଗରେ କେବଳ ଭଦ୍ରକ ଜିଲା ନୁହେଁ, ପଡୋଶୀ ବାଲେଶ୍ୱର, ଯାଜପୁର ଓ କେନ୍ଦୁଝର ଜିଲାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବୟସାଧିକ କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ହେବ ଚିକିିତ୍ସିତ ହେଉଥିବାବେଳେ ପରଲୋକ ଗମନ କରିଛନ୍ତି । ସେ ଜଣେ ଶାନ୍ତ, ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ଭଦ୍ରକରେ ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ନବରତ୍ନ ଜୁଏଲାରୀ ସୋ ରୁମ୍‌ର ସେ ଉପଦେଷ୍ଟା ଥିଲେ । ସ୍ୱର୍ଗତଃ ସାହୁ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ପଞ୍ଚୁଟିକ୍ରିୀ ଗ୍ରାମରେ ଜନ୍ମ ହୋଇଥିବାବେଳେ ପିଲାଟି ଦିନରୁ ବେଶ୍ ସ୍ୱାଧୀନ ଚେତା ଥିଲେ । ନିଜ ଅଂଚଳରେ ସେ ଜଣେ ଅନୁଷ୍ଠାନ ପ୍ରେମୀ ମଣିଷ ଭାବେ ପରିଚିତ ଥାଇ ନିଜ ଉଦ୍ୟମରେ କରଞ୍ଜଆଡିଆରେ ନବଘନ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଘଣ୍ଟେଶ୍ୱର ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ଯେଉଁ ଏକନିଷ୍ଠ ଉଦ୍ୟମ ଥିଲା, ତାହା କେବଳ ଭଦ୍ରକ ନୁହେଁ, ଚାନ୍ଦବାଲି, ବାସୁଦେବପୁର, ଘଣ୍ଟେଶ୍ୱର, କରଞ୍ଜଆଡିଆ ଅଂଚଳବାସୀଙ୍କ ନିକଟରେ ଅପାଶୋରା ହୋଇରହିଛି । ବିଶେଷଭାବେ ଗରିବ ଅସହାୟ ଲୋକଙ୍କୁ ସେ ସହାୟତା ଯୋଗାଇ ଆସୁଥିବାବେଳେ ଜଣେ ଅମାୟିକ, ଆଦର୍ଶ, ଧର୍ମପ୍ରାଣ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସେ ଶେଷ ଅବସ୍ଥାରେ ଭଦ୍ରକ ସହରର ଅପର୍ତ୍ତବିନ୍ଧା ସ୍ଥିତ ତାଙ୍କ ଘରେ ରହିଆସୁଥିବାବେଳେ ମୃତ୍ୟୁ ଖବର ପାଇ ବହୁ ଶୁଭେଚ୍ଛୁ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ସେଠାରେ ପହଞ୍ôଚ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିବାବେଳେ ପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁ ମୁଖାଗ୍ନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.