Home ଜିଲ୍ଲା ପରିକ୍ରମା ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

20

ପୁରୀ ୨୮-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜନୈକ ଯୁବତୀ ଗୁରୁତର। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ପୁରୀ ପିପିଲି ନିକଟସ୍ଥ ଦଇସିପାଟଣା ଛକ ନିକଟରେ ଥିବା ଆପାର୍ଟମେଣ୍ଟରେ ଗତକାଲି ରାତ୍ରି ପ୍ରାୟ ଦୁଇଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତେ ଶୋଇ ଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା ବେଳେ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଅନୁମାନ କରାଯାଉଛି। ପ୍ରଶାନ୍ତି ଆପାର୍ଟମେଣ୍ଟରେ ରହୁଥିବା ଗଣେଶ ପ୍ରସାଦ ମେହେରଙ୍କ ଘରେ ନିଆଁ ଲାଗିଥିଲା। ଗଣେଶଙ୍କର ୪୧ ବର୍ଷ ର ମାନସିକ ବିକାର ଗ୍ରସ୍ତ ଝିଅ ମଧୁସ୍ମିତା ଧୂଆଁରେ ଶ୍ଵାସ ରୁଦ୍ଧ ହୋଇ ଗୁରୁତର ଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉ ଥିଲା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଶାନ୍ତି ଆପାର୍ଟମେଣ୍ଟଟ ବର୍ତ୍ତି ଯାଇଥିଲା ବେଳେ ଏହି ଆପାର୍ଟମେଣ୍ଟ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ନଜରକୁ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.