Home ଓଡ଼ିଶା ବନ୍ୟା ପାଣିରେ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି : ଚାଷ ଜମିରେ ବାଲି...

ବନ୍ୟା ପାଣିରେ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି : ଚାଷ ଜମିରେ ବାଲି ମାଡ଼ିଲା

37

ପୁରୀ ୨୮-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବନ୍ୟା ପାଣିରେ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି। ବନ୍ୟା ଛାଡ଼ିଯାଇଛି ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି। ପିପିଲି ସହିତ ଡେଲାଙ୍ଗ ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି। ଚାଷ ଜମିରେ ବାଲି ଚରିଯାଇଥିବା ବେଳେ ଚାଷୀର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ କ୍ଷତି ପୂରଣ ଆଶାରେ ବସିଛି ଚାଷୀ।

ପିପିଲି ଓ ଡେଲାଙ୍ଗ ବ୍ଲକର ୧୯ ପଂଚାୟତର ୮୫ରୁ ଉର୍ଦ୍ଧ୍ବ ଗ୍ରାମ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ପିପିଲି ବ୍ଲକରେ ୨୫ ଗ୍ରାମ ଓ ଡେଲାଙ୍ଗ ବ୍ଲକର ୬୦ ଗୋଟି ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଶହ ଶହ ଏକର ଧାନ ଓ ପନି ପରିବା ନଷ୍ଟ ହୋଇଛି। ବିଶେଷ କରି ପିପିଲିର ପୋପରଙ୍ଗା, ହାଟ ସାହି, କଣ୍ଟି, ପାଣିଦୋଳ, ଭାରତୀ ପୁର ଅଞ୍ଚଳରେ ଶହ ଶହ ଏକର ଧାନ ଓ ପନି ପରିବା ଫସଲ ନଷ୍ଟ ହୋଇଛି ବନ୍ୟା ଜଳରେ। ପିପିଲି ବ୍ଲକରେ ଛତୁ, ପୋଟଳ, କାଙ୍କଣ, ବାଇଗଣ, କଲରା, ଭେଣ୍ଡି ଧାନ ଚାଷ ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ମୁନିନ୍ଦା, ସିଂବରପୁର, ଚାଁଇପୁର, ସୁଜନପୁର, କୋଠବାଡ଼, ଆଦି ପଂଚାୟତରେ ଚାଷ ଜମିରେ ଏବେ ମଧ୍ୟ ଲହରୀ ଖେଳୁଛି ବନ୍ୟା ଜଳ। ବହୁ କଷ୍ଟରେ ଚାଷ କରିଥିବା ଚାଷୀ କିଭଳି ପୁନର୍ବାର ଚାଷ କରିବ ସେ ନେଇ ଚିନ୍ତା ବ୍ୟକ୍ତ କରିଥିବା କିଭଳି ଋଣ ପରିଶୋଧ କରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ। ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.