Home ଓଡ଼ିଶା ବିରଳା ଟାୟାର୍ସ ଶ୍ରମିକ ଆନ୍ଦୋଳନକୁ ଏଆଇଟିୟସିର ସମର୍ଥନ

ବିରଳା ଟାୟାର୍ସ ଶ୍ରମିକ ଆନ୍ଦୋଳନକୁ ଏଆଇଟିୟସିର ସମର୍ଥନ

73

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ଚଳିତ ଅଗଷ୍ଟମାସ ୧୮ ତାରିଖଠାରୁ ଧାରଣାରେ ବସିଥିବା ବିର୍ଲା ଟାୟାର୍ସ ଶ୍ରମିକଙ୍କ ପାଖରେ ଏଆଇଟିୟସିର କର୍ମକର୍ତ୍ତାମାନେ ଆଜି ପହଞ୍ଚିଥିଲେ। ଏ-ଆଇ-ଟି-ୟୁ-ସି- ସଂଗଠନର ଏକ ପ୍ରତିନିଧିଦଳ କାରଖାନା ସମ୍ମୁଖରେ ଆନ୍ଦୋଳନରତ ଶ୍ରମିକମାନଙ୍କୁ ସାକ୍ଷାତ କରି ସେମାନଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଥିଲେ। ସୋମବାର ଦିନ କେନ୍ଦ୍ର ନିର୍ଦ୍ଦେଶାଳୟର ଏକ ଟିମ୍ କାରଖାନା ପରିଦର୍ଶନ କରି କାରଖାନା କର୍ତ୍ତୃପକ୍ଷ ଓ ଶ୍ରମିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ସଂପର୍କରେ ଶ୍ରମିକମାନେ ଏ-ଆଇ-ଟି-ୟୁ-ସି- ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ଗତ ଆଠମାସ ଧରି ଶ୍ରମିକମାନେ ନିଜର ବେତନ ପାଇନଥିବାରୁ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷରେ ଶ୍ରମିକମାନେ କାରଖାନାରୁ ମାସିକ ବେତନ ବାବଦରେ ପାଉଥିବା ପ୍ରାୟ ଛଅକୋଟି ଟଙ୍କା ବାଲେଶ୍ୱରର ବଜାର ଅର୍ଥନୀତିକୁ ସମୃଦ୍ଧ କରୁଥିଲା। କରୋନା ମହାମାରୀ ସଂକଟ ସମୟରେ ବିରଳା ଟାୟାର୍ସ ମାଲିକ କାରଖାନା ବନ୍ଦ କରିବା ଓ ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ କରୁନଥିବାରୁ ଏ-ଆଇ-ଟି-ୟୁ-ସି- ତରଫରୁ ଉଦ୍‌ବେଗ ପ୍ରକାଶ ପାଇଛି। ତେଣୁ ଏହି ବିବାଦର ଏକ ସୁସମାଧାନ ପାଇଁ କେନ୍ଦ୍ରୀୟ ଶ୍ରମ ସଂସ୍ଥାର ଅଧିକାରୀମାନେ ସୋମବାର ଦିନ ନିଷ୍ପତ୍ତିନେବାକୁ ଏ-ଆଇ-ଟି-ୟୁ-ସି- ତରଫରୁ ନିବେଦନ କରାଯାଇଛି। ଆନ୍ଦୋଳନରତ ଶ୍ରମିକମାନଙ୍କୁ ରାଜ୍ୟ ଏ-ଆଇ-ଟି-ୟୁ-ସି-ର ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା କମିଟିର ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ଶ୍ୟାମସୁନ୍ଦର ଜେନା ଓ ଉପଦେଷ୍ଟା ନିରଞ୍ଜନ ପରିଡ଼ା ପ୍ରମୁଖ ସାକ୍ଷାତ କରି ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.