Home ଜିଲ୍ଲା ପରିକ୍ରମା କ୍ଷୟକ୍ଷତି ର ଆକଳନ କଲେ ପ୍ରଶାସନିକ ଅଧିକାରୀ

କ୍ଷୟକ୍ଷତି ର ଆକଳନ କଲେ ପ୍ରଶାସନିକ ଅଧିକାରୀ

82

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଅବିରାମ ଗତିରେ ଲଘୁଚାପ ଜନିତ ବର୍ଷାରେ ଭଦ୍ରକ ଜିଲା ବନ୍ତ ବ୍ଲକ ବହୁ ପଞ୍ଚାୟତର ଶତାଧିକ ଗ୍ରାମ ଜଳବନ୍ଦୀ ହେବା ସହିତ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ଫଳରେ ଚାଷ ଜମିରେ ରୁଆ ହୋଇଥିବା ଧାନ ପଚି ନଷ୍ଟ ହେବାର ଆଶାଙ୍କା ପ୍ରକାଶ ପାଇଛି । ଏନେଇ ଚାଷୀ ମାନେ ମୁଣ୍ଡରେ ହାତ ଦେଇବସିବା ସହ କ୍ଷୟକ୍ଷତି ବିଷୟରେ ଜିଲା ପ୍ରଶାସନ ଠାରେ ଦାବି ହୋଇଥିଲା । ଲଘୁଚାପ ବର୍ଷାର ବିପତ୍ତି ସମୟରେ ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଶୁକବାର ବିଡିଓ ରେବେକା ବିଲୁଙ୍ଗ କେନ୍ଦୁଆପଦା ଓ ଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷ ଜମିର କ୍ଷୟକ୍ଷତି ଆକଳନ କରିଥିଲେ । ସେହିପରି ତହସିଲଦାର ଇନ୍ଦିରା ସାହୁ କେନ୍ଦୁଆପଦା ପଞ୍ଚାୟତର ଜଳମଗ୍ନ ହୋଇଥିବା ଆମ୍ପୋର ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଉଭୟ ପ୍ରଶାସନିକ ଅଧିକାରୀ ଜଳମଗ୍ନ ଅଞ୍ଚଳର ସ୍ଥିତି ଓ କ୍ଷୟକ୍ଷତି ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.