Home ଜିଲ୍ଲା ପରିକ୍ରମା ବିଭିନ୍ନ ଶିିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବିଭିନ୍ନ ଶିିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

2

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ଶିଶୁ ମନ୍ଦିରରେ ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ପ୍ରାରମ୍ଭରେ ମଳୟ କୁମାର ପ୍ରଧାନ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଦାମୋଦର ନାୟକଙ୍କ ତତ୍ୱାବଧାନରେ ବିଚାରକ ଭାବେ ସୁପ୍ରଭା ଦାସ, ସତ୍ୟରଞ୍ଜନ ସାହୁ, ଚକ୍ରଧର ସାହୁଙ୍କ ସମେତ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ କିଶୋର କୁମାର ସେନାପତି ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ବୌଦ୍ଧିକ ପ୍ରମୁଖ ସୂର୍ଯ୍ୟମଣି ଜେନା ଅତିଥି ପରିଚୟ, ବିଜ୍ଞାନ ପ୍ରମୁଖ କିଶୋର ସେନାପତି ଆଭିମୁଖ୍ୟ ରଖିଥିଲେ । ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଆଗରପଡା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡାଙ୍କ ପରିଚାଳନାରେ ଟିକିରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମରେନ୍ଦ୍ର ଦାସ, ଆଶାମଣୀ ଉଚ୍ଚ ବିଦ୍ୟାଳୟ କୁଣ୍ଡି ମହାନ୍ତିପଡାର ବିଜ୍ଞାନଶିକ୍ଷକ ସଞ୍ଜୟ କୃଷ୍ଣ ମହାପାତ୍ର ବିଚାରକ ଭାବେ ଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଶିଶୁ, ବାଲ୍ ଓ ସ୍ୱତନ୍ତ୍ର ବର୍ଗର ୮୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସମ୍ପାଦକ ଅଶୋକ ପରିଡା, ପ୍ରତିଷ୍ଠାତା ସଭ୍ୟ ଅଶୋକ ରଣା, କୋଷାଧ୍ୟକ୍ଷ ସନ୍ତୋଷ ପୁହାଣ, ଯୁଗ୍ମ ସମ୍ପାଦକ ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅନୁରୂପ ଭାବେ କାଦବରାଙ୍ଗ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ବିଦ୍ୟାମନ୍ଦିର ସଭାପତି ଦେବେନ୍ଦ୍ର ପଲାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାନସ ସେଠୀଙ୍କ ଅଧ୍ୟକ୍ଷତାରେ କାଦବରାଙ୍ଗ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଲାଇ,ଗୋପିନାଥପୁର ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି, ସମ୍ପାଦିକା ପୁଷ୍ପଲତା ଗିରି, କୋଷାଧ୍ୟକ୍ଷ ଭୀଷ୍ମ ନାରାୟଣ ଗିରି, ଶିକ୍ଷାବିତ୍ ପ୍ରଫୁଲ୍ଲ ସାହୁ ପ୍ରମୁଖ କୁନି ବୈଜ୍ଞାନିକ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଆଚାର୍ଯ୍ୟା ସୁମିତ୍ରା ପେଡି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଚତୁର୍ଥ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଓ ବାଲ୍ ବର୍ଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିବା ବେଳେ ୮ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଗାୟତ୍ରୀ ପଲାଇ, ପ୍ରିୟଙ୍କା ନାୟକ, ପ୍ରକାଶ ରାଉତ, ସଜନୀ ଲେଙ୍କା, ସୁକାନ୍ତି ମାଝୀ, ଅନିମା ବେହେରା, ସୁଚରିତା ପାଣଗ୍ରାହୀ, ଚିନ୍ମୟୀ ରାଉତ, ଲିଜାରାଣୀ ନାୟକ, ଗୌତମୀ ପଣ୍ଡା, ଅନୁସୟା ସେଠୀ, ପ୍ଲାବିନି ପାଣି ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.