Home ଓଡ଼ିଶା ବିଭିନ୍ନ ଦାବିପୁରଣ ନେଇ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ସିକ୍ୟୁରିଟ ଗାର୍ଡ ଙ୍କ ଧାରଣା

ବିଭିନ୍ନ ଦାବିପୁରଣ ନେଇ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ସିକ୍ୟୁରିଟ ଗାର୍ଡ ଙ୍କ ଧାରଣା

46

ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥ ବିଡିପି ଯୋଜନାରେ କାର୍ଯ୍ୟରତ ସିକ୍ୟୁରିଟ ଗାର୍ଡ ମାନେ ବିଭିନ୍ନ ଦାବିପୁରଣ ନେଇ ଚିତ୍ରକୋଣ୍ଡା ଡ୍ୟାମ ସ୍ପିଲଏ ଲଚଂଘାଟ ଠାରେ ଆଜି ଧାରଣାରେ ବସିଛନ୍ତି । ମାଲକାନଗରି ଜିଲ୍ଲା ବାଲିମେଳା ମାଟିବନ୍ଧ ଯୋଜନା ର ଚିତ୍ରକୋଣ୍ଡା ମୁଖ୍ୟକାର୍ଯ୍ୟାଳୟ ରେ ଦୀର୍ଘବର୍ଷ ଧରି କାମକରୁଥିବା ସିକ୍ୟୁରିଟ ଗାର୍ଡ ମାନେ ଗତ ୬ମାସ ର ବକେୟା ବେତନ ପ୍ରଦାନ,ଅର୍ଦ୍ଦ୍‌କୁଶଳୀ ହିସାବରେ ବେତନ ପ୍ରଧାନ,ବେତନକୁ କଟନି ଛଟନି ନକିରବା ଆଦି ଦାବିନେଇ ଆଜି ସକାଳେ ଚିତ୍ରକୋଣ୍ଡା ଡ୍ୟାମ ମୁଖ୍ୟ ଗେଟ ନିକଟରେ ୨୯ଜଣ ସିକ୍ୟୁରିଟ ଗାର୍ଡ ଧାରଣାରେ ବସିଥିଲେ । ବିଡିପି ପ୍ରକଳ୍ପ ରେ ୩୧ଟି ପଦବି ଥିବା ବେଳେ ମାତ୍ର୨୨ଜଣଙ୍କୁ କାମକରିବାକୁ ଅନୁମତି ମିଳିଛି,ଅନ୍ୟ ୯ଜଣ ଙ୍କୁ ବାଦ ଦିଆ ଯାଇଛି,ତୁରନ୍ତ ଦାବି ପୁରଣ କର ନଗଲେ ଆଗିମି ଦିନରେ ଡ୍ୟାମର ସୁର କ୍ଷା କର୍ମୀ ମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ସିକ୍ୟୁରିଟ ଗାର୍ଡ ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.