Home ଓଡ଼ିଶା ବିଭିନ୍ନ ଦାବିନେଇ ଟେଲିଫୋନ ବିଭାଗ ଅସ୍ଥାୟୀ କର୍ମଚାରିଙ୍କ ଆନ୍ଦୋଳନ

ବିଭିନ୍ନ ଦାବିନେଇ ଟେଲିଫୋନ ବିଭାଗ ଅସ୍ଥାୟୀ କର୍ମଚାରିଙ୍କ ଆନ୍ଦୋଳନ

84

ମାଲକାନଗିରି,୨୪ା୬(ଓଡିଆ ପୁଅ ) ଦୀର୍ଘ ଏକ ବର୍ଷଧରି ଦରମା ନ ମିଳିବା,ମଜୁରୀ ନଦେଇ ନୁଆ ଟେଣ୍ଡର କରିବା,ଅନ୍ୟାୟ ଭାବେ କର୍ମଚାରି ମାନଙ୍କୁ ଛଟେଇ କରିବା, ଅଳ୍ପ ବେତନ ଦେଇ ଅଧିକ କାମକରାଇବା କୁ ବିରୋଧ କରି ଓ ନିୟମିତ ଭାବେ ଦରାମ ଦେବା ଦାବି ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବିଏସଏନଏଲ ଅସ୍ଥାୟୀ କର୍ମଚାରି ସଂଘ ଡାକରା କ୍ରମେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନେ ଆଜି ସ୍ଥାନୀୟ ବିଏସଏନଏଲ ମୁଖ୍ୟକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାସଂଘ ର ବିଲନଖଣ୍ଡପାଣି, ମାନସ ରଜଂନ ମାଝୀ,ଅଭିମନ୍ୟୁହରିଜନ,ବିପୁଳ କାନ୍ତ ସିଲ,ରମେନ ସିଲ,ସୁରେନ୍ଦ୍ର ଖିତି,ପାରକାଶ ମଣ୍ଡଳ,ବୁଦୁ ଖରା,ବାବୁନି ସେଠୀ ପ୍ରମୁଖ ଟେଲିଫୋନ କର୍ମଚାରି ମାନେ ଆଜି ଜିଲ୍ଲା ବିଏସଏନଏଲ ଟେଲିଫୋନ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାଦେଇ ବିକ୍ଷୋଭପ୍ରଦର୍ଶନ କରିଥିଲେ । ତୁରନ୍ତ ଦାବିପୁରଣ କରା ନଗଲେ ଆଗାମି ଦିନରେ ଆନ୍ଦୋଳନକୁ ଭୟଙ୍କର କରାଯିବ ବୋଲି ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କ ପକ୍ଷରୁ ସୁଚନା ଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.