Home ଅନୁଗୁଳ ଏନ୍‌.ଟି.ପି.ସି ରେଳ ଧାରଣାରେ କଟି ୫ ମଇଁଷି ମୃତ

ଏନ୍‌.ଟି.ପି.ସି ରେଳ ଧାରଣାରେ କଟି ୫ ମଇଁଷି ମୃତ

84

ତାଳଚେର,୨୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୈାରଂଚଳର ଶନିବାର ସାପ୍ତାହିକ ହାଟ ନିକଟରେ ଯାଇଥିବା ଏନ୍‌.ଟି.ପି.ସି ରେଳ ଧାରଣାରେ କଟି ୫ଟି ମଇଁଷିର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ବୁଧବାର ଦିନ ବେଳେ ଏନ୍‌.ଟି.ପି.ସି.ର ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ହଠାତ୍ ୬ଟି ମଇଁଷି ରେଳ ଲାଇନ୍ ଉପରକୁ ଚାଲି ଯାଇଥିଲେ ଏବଂ ଟ୍ରେନ ଧକ୍କା ହୋଇ କଟି ଯାଇଥିଲେ । ତେବେ ୫ଟି ମଇଁଷିର ମୃତ୍ୟୁ ହୋଇଥବା ବେଳୋ ଅନ୍ୟ ଏକ ମଇଁଷି ସଙ୍କଟାପନ୍ନ ଅବସ୍ଥାରେ ରହିଛି । ଖବର ପାଇଁ ମଇଁଷି ମାଲିକ ଗଦେଇ ବେହେରା ଘଟଣାସ୍ଥଳରେ ପହଂଚି ନିଜର ମଇଁଷିଗୁଡ଼ିକୁ ଚିହ୍ନଟ କରିବାସହ ତାଙ୍କର ସବୁକିଛି ଉଜୁଡ଼ି ଗଲା କହି ଭୋ ଭୋ ହୋଇ କାନ୍ଦିଥିଲେ । ଏହି ମଇଁଷିଗୁଡ଼ିକୁ ପାଳି ସେ ଦୀର୍ଘ ବର୍ଷ ହେବ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଭଳି ଭାବେ ପ୍ରାୟ ସବୁ ମଇଁଷି ମରି ଯାଇଥିବାରୁ ସେ ଏବେ କିପରି ପରିବାର ଚଳାଇବେ ତାହାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଗଦେଇ । ତେବେ ଏନ୍‌.ଟି.ପି.ସି ରେଳ ଧାରଣାରେ ମଇଁଷି କଟି ପ୍ରାଣ ହରାଇଥିବା ବେଳେ ଏ ସମ୍ପର୍କରେ ଏନ୍‌.ଟି.ପି.ସି କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବେଳେ, ଗଦେଇ ବେହେରାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ସ୍ଥାନୀୟ ଲୋକେ ଦୃଢ଼ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.