Home ଓଡ଼ିଶା ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୧୫ୟୁନିଟ ରକ୍ତ ସଂଗ୍ରହ

ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୧୫ୟୁନିଟ ରକ୍ତ ସଂଗ୍ରହ

82

ମାଲକାନଗିରି,୨୪ା୬ (ଓଡିଆ ପୁଅ )ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ । ମାସକୁ ପ୍ରାୟ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତର ଆବଶ୍ୟକତା ପଡୁଥିବା ବେଳେ ପ୍ରାୟ ପ୍ରତି ଦିନ ଗଛିତ ରହୁଛି ମାତ୍ର ୬୦ରୁ ୭୦ ୟୁନିଟ ରକ୍ତ । ମାଲକାନଗିରି ଜିଲ୍ଲାରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ନଥିବାରୁ ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଏହି ଅସୁବିଧାକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ପାଓ୍ୟାର ଅଫ ୟୁନିଟ(ଏକତାର ଶକ୍ତି) ଫେସବୁକ,ଓ୍ୟାଟସଅପ ଗୃପର ଯୁବ ଗୋଷ୍ଟି , ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ରାସବେଢା ପଚାଂୟତ ଆଦିବାସୀ ଅଧ୍ୟୁଷିତ ବୁଟିଗୁଡା କଲୋନୀ ରେ ପ୍ରଥମଥର କରି ମାଗଣା ରକ୍ତଦାନ ଶିବିରର ଆୟୋଜିନ ସହ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଜନସଚେତନତା ର ବାର୍ତା ଦେଇଛନ୍ତି ପାଓ୍ୟାର ଅଫ ୟୁନିଟ ଗୃପର ଯୁବ ଗୋଷ୍ଠି ଓ ଯୁବରେଡକ୍ରସ ସଂସ୍ଥା । ଏହି ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ଲଗାଇ ଗ୍ରାମର ସ୍ୱେଚ୍ଛାସେବୀ ଓ ଆଦିବାସୀ ଯୁବକ ମାନେ ସ୍ୱଇଚ୍ଛାରେ ୧୫ ୟୁନିଟ ରକ୍ତଦାନ କରିଛନ୍ତି । ରକ୍ତଦାନ ପୁବ ର୍ରୁ ଗ୍ରାମରେ କରୋନା ସଂପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ହୋଇଥିଲା, ଲକଡାଉନ ସମୟରେ ସାମାଜିକ ଦୂରତା ରକ୍ଷାକରିବା , ମୁହଁରେ ମାସ୍କଲଗାଇବା,ଭଲଭାବରେ ସାବୁନରେ ହାତଧୋଇବା, ସାନିଟାଇଜ ହେବା ସଂପର୍କରେ ଜନସଚେତନତା ର ବାର୍ତା ଦେଇଥିଲେ । ଏହି ଶିବିରରେ ମୁଖ୍ୟଅତିଥି ଭାବେ ରାସବେଢା ପଚାଂୟତ ସରପଚଂ ଶ୍ରୀମତୀ ପ୍ରମିଳାଗୁଟା,ସମ୍ମାନିତ ଅତିଥି ଭାବେ ଓଡିଶା ଜୀବିକା ମିଶନ ଶକ୍ତି ଜିଲ୍ଲା ଯୋଜନା ଅଧିକାରୀ ପବିତ୍ରମୋହନ ବାରା,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ମୁଖ୍ୟବକ୍ତା ଭାବେ ଜିଲ୍ଲାରେଡ କ୍ରସ ସଂସ୍ଥାର ଆବାହକ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ ରକ୍ତଦାନ ର ଉପକାରିତା ଓ ଏହାର ଆବଶ୍ୟକତା ରହିଛି ,ରକ୍ତଦାନ ମହତ କାମ ବୋଲି କହିଥିଲେ । ପାଓ୍ୟାର ଅଫ ୟୁନିଟ(ଏକତାର ଶକ୍ତି) ଫେସବୁକ,ଓ୍ୟାଟସଅପ ଗୃପର ଯୁବ ଗୋଷ୍ଟି ସଦାଶିବ ନାୟକ,ରାମଚନ୍ଦ୍ର ପାଙ୍ଗି, ହୃଶିକେଶ ବେହେରା,ଖଗପତି ନାୟକ,ରାଜେନ୍ଦ୍ରପଲାସି, ଭଗବାନମାଝୀ,ଶନ୍ତୋଷକୁମାର ସିସା,ପ୍ରଭାକର ନାଗୁଲ,ଅସିମକୁମାର ପାଢୀ, ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ଞାନରଜଂନ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ମାଲକାନଗିରି ରକ୍ତଭଣ୍ଡାର ର ସୁଜଳ ରାୟ,ସନ୍ତୋଷ ଚୌଧୁରୀ ଙ୍କ ସହିତ କର୍ମଚାରୀ ମାନେ ରକ୍ତସଂଗ୍ରହରେ ସହ ଯୋଗ କରିଥିଲେ । ରକ୍ତଦାତା ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଦେବାସହିତ ସମ୍ମାନିତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.