Home ଜିଲ୍ଲା ପରିକ୍ରମା ବିବାହ ବାର୍ଷିକରେ ରକ୍ତଦାନ ଶିବିର

ବିବାହ ବାର୍ଷିକରେ ରକ୍ତଦାନ ଶିବିର

3

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାର ରକ୍ତ ଭଣ୍ଡାର କର୍ମଚାରୀ ରବୀନ୍ଦ୍ର କୁମାର ଜେନା ଭାଇ ଙ୍କ ୧୨ ତମ ବିବାହ ବାର୍ଷିକ ଉପଲକ୍ଷେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଙ୍କୁ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପରିବାର ତରଫରୁ ବଡ଼ ମନ୍ଦାର ଫୁଲ ଗଛ ଟିଏ ପଦାନ କରାଗଲା ଏବଂ ଏହି ରକ୍ତ ଦାନ ଶିବିର ଭଦ୍ରକ ଜିଲ୍ଲାର ବିଭିନ୍ନ ସମାଜସେବୀ ସଂଗଠନ ଏବଂ ରକ୍ତ ଦାଦା ମାନେ ଆସି ରକ୍ତ ଦାନ କରିବା ସହିତ ଯୋଗଦାନ କରିଥିଲେ। ଆସନ୍ତୁ ରକ୍ତ ଦାନ କରିବା ଜୀବନ ବେଂଚଇବା ଏହା ହିଁ ଅମାର ମୂଳ ଲକ୍ଷ ନେଇ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଏହି ଗ୍ରୀଷ୍ମ ଋତୁରେ ରକ୍ତର ଘୋର ଅଭାବ ଯୋଗୁ ଓ ଥାଲସେମିଆ ରୋଗୀମାନଙ୍କ ପାଇଁ ରକ୍ତ ବହୁତ୍ ଆବଶ୍ୟକ ।ଏହି ରକ୍ତ ଦାନ ଶିବିର ର ଆଜିର ମୁଖ୍ୟ ଅତିଥି ଗଣ ଭଦ୍ରକ ଜିଲ୍ଲାର ଥାନା ଅଧିକାରୀ ଗଣ,ଭଦ୍ରକ ତହସିଲଦାର – ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ,ସାମ୍ବାଦିକ ଜ୍ଞାନ ପାଣି,ରକ୍ତ ଭଣ୍ଡାରର କର୍ମଚାରି ନୀଳିମା ମାଡାମ,ରତିକାନ୍ତ ବଳ,ରବିନାରାୟଣ ଖୁଂଟିଆ, କାଳିଆ ଭାଈ,ଓ ମେଡିକାଲ କର୍ମଚାରୀ ଗଣ ଓ ଫ୍ରେଣ୍ଡସ ଗ୍ରୁପ ର ସଭାପତି -ସମାଜ ସେବୀ ରଶ୍ମି ରଞ୍ଜନ ସାହୁ,ସମାଜ ସେବୀ-ହେମନ୍ତ ମୁହାଁନ୍ତି,ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ସଭାପତି-ମିଥୁନ ଯେନା,ସମ୍ପାଦକ – ମିହିର କୁମାର ନାୟକ,ସଦସ୍ୟ ଓ ଶିକ୍ଷାବିତ୍‌-କାହ୍ନୁ ଚରଣ ବାରିକ୍‌, ବିଶୋଜିତ୍‌,ଉପସ୍ଥିତ ରହି ଏହି ରକ୍ତ ଦାନ ଶିବିର ଟି ସାଫଲ୍ୟ ମଣ୍ଡିତ କରିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.