Home ଜିଲ୍ଲା ପରିକ୍ରମା ବିବାହିତା ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗ; ମାମଲା ଋଜୁ

ବିବାହିତା ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗ; ମାମଲା ଋଜୁ

58

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ନେନ୍ତିପୁର ଗ୍ରାମର ଶ୍ରେୟାସ୍ମୀତା ବେହେରାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହ ଯୌତୁକ ପାଇଁ ମାରଧର କରିବା ଅଭିଯୋଗରେ ପାଞ୍ଚଜଣଙ୍କ ନାମରେ ମାମଲା ଋଜୁ ହୋଇଛି । ନପଙ୍ଗ ଜୋରାଗଡିଆ ଗ୍ରାମର ଶ୍ରେୟାସ୍ମୀତା(୨୮) ଦଶ ବର୍ଷ ପୂର୍ବେ ନେନ୍ତିପୁର ଗ୍ରାମର ଅନଙ୍ଗସେନ ବେହେରାଙ୍କ ପୁଅ ଅତୁଲ୍ୟଙ୍କୁ ବୈଦିକ ରୀତିରେ ଆବଶ୍ୟକ ଯାନିଯୌତୁକ ସହ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବିବାହ ଠାରୁ ସ୍ୱାମୀ ଓ ଶାଶୁ ସମ୍ପର୍କୀୟ ଦେଢଶୁର ଅଜୟ ବେହେରାଙ୍କ ପରିବାର କଥାରେ ପରିଚାଳିତ ହୋଇ ଶ୍ରେୟାସ୍ମିତାକୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଅତୁଲ୍ୟଙ୍କ ମୂଲ୍ୟବାନ ଜମିକୁ ହାତେଇବା ଲକ୍ଷ୍ୟରେ ଅଜୟଙ୍କ ପରିବାର ପକ୍ଷରୁ ଏଭଳି ପ୍ରରୋଚନା କରାଯାଉଥିଲା ବୋଲି ଶ୍ରେୟାସ୍ମିତା ଅଭିଯୋଗ କରିଛନ୍ତି । ଜମି ବିକ୍ରିକୁ ବିରୋଧ କରିବାରୁ ଶ୍ରେୟାସ୍ମିତାଙ୍କୁ ଏଭଳି ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିବା ସହ ଗତ ଦଶ ତାରିଖରେ ସ୍ୱାମୀ, ଶାଶୁ, ଦେଢଶୁର ଅଜୟ, ସଞ୍ଜୟ ଓ ଅଜୟଙ୍କ ପତ୍ନୀ କାନନବାଳା ବେହେରା ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ । ଏଥିନେଇ ଥାନାରେ ୧୪୪/୨୧ନଂ ମାମଲା ବିଭିନ୍ନ ଦଫାରେ ଋଜୁ ହୋଇ ପାଞ୍ଚଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଜୀବନ ଭୟରେ ଶ୍ରେୟାସ୍ମିତା ଦୁଇ ପିଲାଙ୍କୁ ଧରି ବାପଘରେ ରହୁଥିôବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.