Home ଓଡ଼ିଶା ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବନପାଳ ଗିରଫ

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବନପାଳ ଗିରଫ

395

ମାଲକାନଗିରି,୪ା୭ (ଓଡିଆ ପୁଅ ) ବିବାହ କରିବାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାରମ୍ବାରା ଦୁଷ୍କର୍ମ କିରିବା ଅଭିଯୋଗରେ ଜଣେ ବନପାଳଙ୍କୁ ଆଜି ପୁଲିସ ଗିରଫକରି କୋର୍ଟଚାଲାଣ କରିଛନ୍ତି । ସୁଚନା ଅନୁଯାଇ ମାଲକାନଗିରି ସଦର ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅଚଂଳର ଏକ ଗ୍ରାମକୁ ନିଜଡିୟୁଟିରେ ଯାଇଥିବା ବେଳେ ସେଠାରେ ଜଣେ ୨୬ବର୍ଷ ବୟସ୍କା ଶିକ୍ଷିତ ଯୁବତୀ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା , ସେହି ଯୁବତୀ ଜଣଙ୍କ ଗତ ଏପ୍ରିଲ ମାସ୫ତାରିଖରେ ବନପାଳଙ୍କ ବାସଭବନକୁ ବୁଲିବାକୁ ଆସିଥିଲେ,ରାତ୍ର ହୋଇଯିବାରୁ ଯୁବତୀଜଣଙ୍କ ଘରକୁ ଯାଇ ନପାରି ବନପାଳ ଙ୍କ ବାସଭବନରେ ରହିଯାଇଥିଲେ । ଏକୁଟିଆ ସୁଯୋଗ ପାଇ ବନପାଳ ଯୁବତୀଙ୍କ ଅନିଛାସ୍ୱତ୍ୟେ ଦୁଷ୍କର୍ମ କରିଥିଲେ ।ଯୁବତୀ ଜଣଙ୍କ କାନ୍ଦିବାରୁ ସେ ତାଙ୍କୁ ବିବାହ କରିବେ ବୋଲି ପ୍ରତିସୃତି ଦେଇଥିଲେ । ଏ ସଂପର୍କରେ ଉଭୟ ପରିବାର ଜାଣିବା ପରେ ବନପାଳ ଙ୍କ ସହ ଯୁବତୀ ଙ୍କର ବିବାହ କରାଯିବ ବୋଲି ଅନୁଗୁଳିଆ ଙ୍କ ପରିବାର ସହମତି ପ୍ରକାଶ କରିଥିଲେ । ତାପରେ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ ହୋଇଗଲା,ଗତ୬ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ଯୁବତୀଙ୍କ ସହିତ ବନପାଳ ଶାରିରିକ ସଂପର୍କ ରଖିଥିଲେ । ତାଙ୍କୁ ଖୁବ ଶିଘ୍ର ବିବାହ ହେବେ ବୋଲି ପ୍ରତି ସୃତି ଦେଇ ସେ ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ ।କେବେ ବିବାହ ହେବ ବୋଲି ଯୁବତୀ ପଚାରିବାରୁ ଦିନଗଡାଇ ଚାଲିଲେ ବନପାଳ,ଗତ କିଛିଦିନ ପରେ ସେହି ବନପାଳ ଅନ୍ୟଜଣେ ଙ୍କୁ ବିବାହ କରିଥିବାର ଜାଣିପାରି ବନପାଳ ଙ୍କ ନିକଟକୁ ଆସି ପଚାରିବାରୁ ସେ ଯୁବତୀଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ନାନା ପ୍ରକାର ଧମକ ଚମକ ଦେଇ ବିଦା କରିଦେଇଥିଲେ । ବାଧ୍ୟହୋଇ ପଡିତା ଜଣଙ୍କ ମାଲକାନଗିରି ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇ ବନପାଳଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁକରିଥିଲେ ।ଏସଡିଜେଏମ କୋର୍ଟର ନିର୍ଦ୍ଦେଶ କ୍ରମେ ବନପାଳଙ୍କ ବିରୋଧରେ ମାଲକାନଗିରି ଥାନା କେସ ନମ୍ବର୨୪୪/୨୦୨୧ରେ ଏକ ମାମଲାରୁଜୁ କରା ଯାଇଥିଲା,ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ବିଲାସ ଜୀ ,ମାଲକାନଗରି ଥାନାଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ଗଠନକରା ଯାଇ ପୁଲିସପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଆଜି ମାଲକାନଗରି ଥାନାପୁଲିସ ଅଭିଯୁକ୍ତ ବନପାଳ ମୁରଲିଧର ଅନୁଗୁଳିଆ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ବୋଲି ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି । ଜଣେ ସରାକରି କର୍ମଚାରି ହୋଇ ନିଜ ବାସଭବନରେ କିପରି ଯୁବତୀଙ୍କୁ ରଖି ବିବାହ ହେବାର ପ୍ରଲୋଭନ ଦେଖାଇ ଶାରିରିକ ସଂପର୍କ ରଖି ବିବାହ ନହେବା ଓ ପରେ ଗିରଫ ହୋଇ କୋର୍ଟଚାଲାଣ ହେବା ଘଟଣା ସମଗ୍ର ମାଲକାନଗରି ଜିଲ୍ଲାରେ ମୁଖ୍ୟ ଚର୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.