Home ଜିଲ୍ଲା ପରିକ୍ରମା ଭୂମିହିନ ପଟ୍ଟାଧାରୀଙ୍କ ପାଇଁ ତତ୍ପର ହେଲା ପ୍ରଶାସନ

ଭୂମିହିନ ପଟ୍ଟାଧାରୀଙ୍କ ପାଇଁ ତତ୍ପର ହେଲା ପ୍ରଶାସନ

84

ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ପଦାଗାଁର ଏକ ପୋଖରୀ ହୁଡ଼ାରେ ବସ ବାସ କରୁଥିବା ୯ଟି ଭୂମିହୀନ ଆଦିବାସୀ ପରିବାର ଦୀର୍ଘ ଦିନ ଧରି ବସବାସ କରି ଆସୁଥିଲେ । ତେତେ ବହୁ ବହୁ ଆବେଦନ, ନିବେଦନ , ଦୌଡ଼ାଦୌଡ଼ି କରିବା ପରେ ୨୦୦୧ ମସି ହାରେ ତତ୍‌କାଳୀନ ଅଭିଭକ୍ତ ସୋର ତହସିଲ ପକ୍ଷରୁ ତାଙ୍କୁ ଜମି ପଟ୍ଟା ଦିଆ ଯାଇଥିଲା । କିନ୍ତୁ ପରି ତାପପର ବିଷୟ କୌଣସି ଜମି ଚିହ୍ନଟ ହୋଇ ନଥିଲା । ଫଳରେ ସେମାନେ ସେହି ପୋଖରୀ ହୁଡ଼ାରେ ନିର ପରିବାର ଧରି ରହି ଆସୁଛନ୍ତି । କିନ୍ତୁ କିଛି ଦିନ ପୂର୍ବରୁ ନିଳଗିରି ଉପ ଜିଲ୍ଲାପାଳ ସେ ରହୁ ଥିବା ପୋଖରୀ ହୁଡ଼ା ଘରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସେଠାରେ ବସବାସ କରୁଥିବା ୯ଜଣ ଜମି ପଟ୍ଟାଧାରୀ ଆସି ବାହାନଗା ତହସିଲ ପାଇକାସ୍ତା ଠାରେ ତହସିଲଦାରଙ୍କ ଅଫିସରେ ଅଭିଯୋଗ କରିବା ସହ ପାଇଥିବା ଜମିର ପଟ୍ଟା ଦେଖାଇ ଥିଲେ । ଫଳରେ ଅଭିଯୋଗ ପରେ ତହସିଲଦାର ରାଜେନ୍ଦ୍ର ନାରାୟଣକର ପଦାଗାଁ ସ୍ଥିତ ରହୁଥିବା ସ୍ଥାନରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଖୁବ ଶିଘ୍ର ଜମି ମାପ କରି ସେମାନଙ୍କର ଜମି ଦିଆ ଯିବାର କହିଥିଲେ । ତେବେ ସେଠାରେ ବସବାସ କରୁଥିବା ଲୋକେ ବିଦ୍ୟୁତ ନଥିବା , ପାଣିର ସୁବିଧା ନଥିବା ଏବଂ ରାସ୍ତା ନଥିବା ଅଭିଯୋଗ କରିଥିଲେ । ତେବେ ସେମାନେ ପିଲା ମାନଙ୍କର ପାଠ ପଢା ପାଇଁ କିଛି ସୁବିଧା ନଥିବା ଅଭିଯୋଗ କରିଥିଲେ । ତେବେ ଏବାବଦରେ ତହସିଲଦାର ରାଜେନ୍ଦ୍ର ନାରାୟଣକରଙ୍କୁ ପଚାରିବାରୁ ତାହା ୨୦୦୧ ପଟ୍ଟା ଦେବା ଠିକ । ତେଣୁ ତାହାର ସରଜମିନ ତଦନ୍ତ ସରିଛି । ସେମାନଙ୍କୁ ୪ଡିସମିଲ ଜମି ଖୁବ ଶିଘ୍ର ଚିହ୍ନଟ କରାଯାଇ ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.