Home ଓଡ଼ିଶା ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ସରକାର ଉପରେ ବର୍ଷିଲେ ପୂର୍ବତନ ଜିଲ୍ଲାପାଳ

ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ସରକାର ଉପରେ ବର୍ଷିଲେ ପୂର୍ବତନ ଜିଲ୍ଲାପାଳ

378

କୋରାପୁଟ ୧୫-୦୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ସରକାର ଜନ୍ମଭୂମି ଏବଂ କାଳିଆ ଯୋଜନାକୁ ନେଇ ଲୋକମାନଙ୍କ ନିକଟତର ହେଉଥିବା ବେଳେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଆଜି ଆଦିବାସୀ ସଂଗ୍ରହାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ର ଓ ଓଡିଶା ସରକାର ଉପରେ ଟିପ୍ପଣୀ ଦେଇଛନ୍ତି। କୋଟିଆର ଡଙ୍ଗିଣୀ ଏଲେଙ୍ଗାବାଲସାର କଣ୍ଡାବାଲି ତାମନ ଦୋରା ବିଜୟନଗର ଜିଲ୍ଲାର ଚିନ୍ତାଲବାଲସା ଗ୍ରାମର ବିଡିକଲମ ଚିଙ୍ଗାନଦୋରାଙ୍କୁ ବିକ୍ରୀ କରିଥିଲେ ଓ ଜୟପୁରରେ ତା ୨୬-୦୪-୫୬ ରିଖରେ ପଞ୍ଜିକରଣ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ଡଙ୍ଗିଣୀ ଏଲେଙ୍ଗାବାଲସା ଓ ଚିନ୍ତାଲବାଲସା ଗ୍ରାମକୁ ଶ୍ରୀ ପରିଡା ଯାଇ କ୍ରେତା ଓ ବିକ୍ରେତା ପରିବାର ସହ ଆଲୋଚନା କରିଥିଲେ। ଡଙ୍ଗିଣୀ ଏଲେଙ୍ଗାବାଲସାରେ ୨୦ ପରିବାର ଓ ଚିନ୍ତାଲବାଲସା ଗ୍ରାମରେ ୪୦ ପରିବାର ବାସ କରୁଥିବା ସେ ପ୍ରକାଶ କରିଥିଲେ।ଉଭୟ ସରକାରଠାରୁ ଲୋକେ କେତେ ଲାଭ ଉଠାଉଛନ୍ତି ତାହା ତ କହିହେବ ନାହିଁ ଏବଂ ସବୁଠାରୁ ମୂଲ୍ୟବାନ ହେଉଛି ସ୍ଥାବର ସଂପତି ଯାହାର ପଟ୍ଟା ଏ ପର୍ଯ୍ୟନ୍ତ ମିଳି ନ ଥିବା ଉଭୟ ଗ୍ରାମର ଲୋକେ ପ୍ରକାଶ କରିଥିଲେ ବୋଲି ସେ ସୂଚନା ଦେଇଥିଲେ।ତାହା ହେଲେ ଉଭୟ ସରକାର କରୁଛନ୍ତି କଣ ବୋଲି ସେ ପ୍ରଶ୍ନ କରିଥିଲେ।ଓଡିଶା ସରକାର ନିଜର ସୀମା ସୁରକ୍ଷା କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କୋଟିଆକୁ ଆନ୍ଧ୍ର ନିଜର ବୋଲି କହି ଅନୁପ୍ରବେଶ କରିବା ଅବାସ୍ତବ ଅଟେ ବୋଲି ସେ ପ୍ରକାଶ କରିବା ସହ ଉଭୟ ସରକାର କଥାବାର୍ତ୍ତା ମାଧ୍ୟମରେ ସମସ୍୍ୟା ସମାଧାନ କରିବାକୁ ସେ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.