Home ଓଡ଼ିଶା ବିନା ନିଲାମ ରେ ଖଣି ରୁ ପଥର ଚୋରୀ କରୁଛନ୍ତି ମାଫିଆ

ବିନା ନିଲାମ ରେ ଖଣି ରୁ ପଥର ଚୋରୀ କରୁଛନ୍ତି ମାଫିଆ

50

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୦- ସାରା ରାଜ୍ୟ ରେ ଖଣି ଚୋରୀ ବଢିବାରେ ଲାଗିଛି । ଚୋରୀ ରୋକିବା କୁ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ମାଫିଆ ମାନେ ଚୋରୀ କରି ଚାଲିଛନ୍ତି । ଏପରି କି ଖଣି ରୁ ମାଙ୍କଡା ପଥର ଓ ମୋରମ ଚୋରୀ ରୋକିବା ପାଇଁ ନେତା ଙ୍କ ସହିତ ଆନ୍ଦୋଳନ କରୁଥିବା କୁଜି ନେତା ମାନେ ସେମାନଙ୍କ ଭାଇ ଓ ବନ୍ଧୁ ମାନଙ୍କ ଦ୍ୱାରା ଖଣି ରୁ ପଥର ମୋରମ ଚୋରୀ କରି ଚାଲିଛନ୍ତି । ନେତା ମାନେ ଖଣି ଚୋରୀ କରିବା ପାଇଁ ମାଫିଆ ମାନଙ୍କୁ ପରୋକ୍ଷ ରେ ସହଯୋଗ କରୁଥିବା ଅଭିଯୋଗ ହେଉଛି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ଝାଡପଡା ରାଜସ୍ୱ କାର୍ଯ୍ୟାଳୟ ଅଧିନରେ ଥିବା ଓସ୍ତପଡା ମୈାଜା ରେ  ା ଓସ୍ତପଡା ମୈାଜା ର ଖାତା ନଂ -୨୧୬ , ପ୍ଲଟ ନଂ -୧୧୦୯ , ୩ ଏକର ବିଶିଷ୍ଟ ଏକ ସରକାରୀ ମାଙ୍କଡା ପଥର ଖଣି ରହିଅଛି । ଯାହାକୁ କି ସରକାରୀ ନିଲାମ ଡକାଯାଇଥିଲେ ମଧ୍ୟ ନିଲାମ ନେବା ପାଇଁ କେହି ଯାଚିକା ପକାଇ ନଥିଲେ ।  ତେଣୁ ଯାଚିକା ନପଡିବାରୁ ଓଡିଶା ସିଆ ବିଭାଗକୁ  ପଠାଇ ଦିଆଯାଇଛି ।

ସିଆ ବିଭାଗ ରୁ ଅନୁମତି ଆସିଲା ପରେ କଣ କରାଯିବ ନିଷ୍ପତି ନିଆଯିବ । କିନ୍ତୁ ରାଜନେତା ଙ୍କ ପାଖଲୋକ ବୋଲାଉଥିବା କିଛି ବ୍ୟକ୍ତି ନିଜ ଭାଇ ବନ୍ଧୁ କୁଟୁମ୍ବ ଦ୍ୱାରା ଉକ୍ତ ଓସ୍ତପଡା ଖଣି  ରୁ ମାଙ୍କଡା ପଥର ଓ ମୋରମ ଚୋରୀ କରିବାରେ ଲାଗିଛନ୍ତି । ଯାହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି । ଏ ସର୍ମ୍ପକେ ଝାଡପଡା ରାଜସ୍ୱ ମଣ୍ଡଳ ଅଧିକାରୀ ପ୍ରଶାନ୍ତ ପ୍ରଧାନ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଓସ୍ତପଡା ମାଙ୍କଡା ପଥର ଖଣି ନିଲାମ ହୋଇନାହିଁ । ତେଣୁ ସିଆ ବିଭାଗ କୁ ପଠା ଯାଇଛି । ଏ ସର୍ମ୍ପକେ ରଣପୁର ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଦୁଇ ଦିନ ତଳେ ଓସ୍ତପଡା ଖଣି ରୁ ପଥର ଚୋରୀ ସର୍ମ୍ପକେ ଖବର ପାଇ ଚଢାଉ କରିବା ପାଇଁ ଯାଇଥିଲୁ  । କିନ୍ତୁ କାହାକୁ ଧରି ପାରିନଥିଲୁ  । ଚଢାଉ ଯାରି ରହିଛି କିନ୍ତୁ ଖଣି ମାଫିଆ ମାନେ ଅପରାହ୍ନ ୫ ଘଟିକା ଠାରୁ ରାତି ସାରା ସକାଳ ୮ ଘଟିକା ପର୍ଯ୍ୟନ୍ତ ଖଣି ରୁ ମାଙ୍କଡା ପଥର ଓ ମୋରମ ଚୋରୀ କରି ଚାଲିଛନ୍ତି । ସେତେବେଳେ ସରକାରୀ ବାବୁ ମାନେ ଘରେ ଶୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.