Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ଲୁଟ୍ ଅଭିଯୋଗ ରେ ୨ ଯୁବକ କୋର୍ଟ ଚାଲାଣ

ଚାନ୍ଦପୁର ପୋଲିସ ଦ୍ୱାରା ଲୁଟ୍ ଅଭିଯୋଗ ରେ ୨ ଯୁବକ କୋର୍ଟ ଚାଲାଣ

38

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୦- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଂଚଳ ରେ କିଛି ଦିନ ହେଲା ରାସ୍ତା ରେ ରାହାଜାନୀ ଓ ଲୁଟ୍ ଯୋଗୁଁ ପୋଲିସ ର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଯାହାଫଳ ରେ ପୋଲିସ ସଜାଗ୍ ହୋଇ ଉଠିଥିଲା । ଅକ୍ଟୋବର ୩ ତାରିଖ ସକାଳୁ ଚାନ୍ଦପୁର ଥାନା ଏକତାଳ ଗ୍ରାମର ପ୍ରଦିପ ଦଳେଇ ଙ୍କ ଠାରୁ ଏକତାଳ ନିକଟରେ ଦୁଇଜଣ ଯୁବକ ବାଇକ୍ ରେ ଆସି ଲୁହା ରଡ୍ ରେ ଭୟ ଦେଖାଇ ଗୋଟିଏ ଦାମୀ ମୋବାଇଲ ଫୋନ୍ ଓ ଏକ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ । ଚାନ୍ଦପୁର ଥାନା ପଲିସ ଖବର ପାଇବା ପରେ ଗ୍ରାମବାସୀ ଙ୍କ ସହଯୋଗ ରେ ସବୁ ରାସ୍ତା କୁ ନାକାବନ୍ଦୀ କରିଥିଲେ ।

ଗୈାରଚନ୍ଦପୁର ଛକ ରେ ଗ୍ରାମବାସୀ ଙ୍କ ସହଯୋଗ ରେ ଚାନ୍ଦପୁର ପୋଲିସ ଦୁଇ ଲୁଟେରା ଙ୍କୁ କାବୁ କରିନେଇଥିଲେ  । ଲୁଟେରା ଙ୍କ ଠାରୁ ଲୁଟ୍ ଏକ ହଜାର ଟଙ୍କା , ମୋବାଇଲ୍ ଓ ଲୁହା ରଡ୍ , ପ୍ଲାସ୍ ସହ ଏକ ପେଚ୍‌କସ୍ ଜବତ କରିଥିଲେ । ଅଭିଯୋଗକାରୀ ପ୍ରଦିପ ଦଳେଇ କୁ ଟଙ୍କା ଓ ମୋବାଇଲ୍ ଦିଆଯାଇଥିବା ଜଣାପଡିଛି । ଚାନ୍ଦପୁର ଥାନା ନିରୀକ୍ଷକ ଙ୍କ ସୂଚନା ଅନୁଯାଇ ଅଭିଯୁକ୍ତ ଦୁଇ ଜଣ ଙ୍କ ନାମ ରେ ବାଣପୁର ଥାନା ରେ ଦୁଇଟି ମାମଲା ହୋଇ ଜେଲ୍ ଯାଇଥିଲେ । ରଣପୁର ଥାନା ରେ ଏକ ଲୁଟ୍ ମାମଲା ରେ ସମ୍ପୃକ୍ତ ଥିବା ନେଇ ତଦନ୍ତ ଚାଲିଛି । ଅଧିକ ମାମଲା ରେ ସମ୍ପୃକ୍ତ ସନ୍ଦେହ ନେଇ ଓ ସହଯୋଗୀ  ମାନଙ୍କୁ ଧରିବା ଆଶା ନେଇ ସେମାନଙ୍କ ନାମ ପ୍ରକାଶ କରିବା ପାଇଁ ପୋଲିସ ମନା କରିଛି । ଉଭୟ ଅଭିଯୁକ୍ତ ଗାଡି ଡିକି ଭାଙ୍ଗି ଚୋରୀ କରୁଥିବା ପୋଲିସ ସନ୍ଦେହ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.