Home ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସରକାରକୁ ଆକ୍ରମଣ କରିବେ ବିରୋଧୀ

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସରକାରକୁ ଆକ୍ରମଣ କରିବେ ବିରୋଧୀ

131

ଭୂବନେଶ୍ୱର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ରାଜ୍ୟରେ ନିକଟ ଅତୀତରେ ଘଟିଥିବା ଅନେକ ପ୍ରସଙ୍ଗକୁ ବିଧାନସଭା ସାମ୍ନାକୁ ଆଣିବା ଲାଗି ବିରୋଧୀ ଶିବିରରେ ସ୍ଥିର ହୋଇଯାଇଛି।ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ବିଜେପି ବିଧାୟକ ଦଳ ନାରୀ ନିର୍ଯ୍ୟତନା ପ୍ରସଙ୍ଗ , ପ୍ରଧାନମନ୍ତ୍ରୀ ଆବାସଯୋଜନା ହେରଫେର ଏବଂ ସରକାର ନିଜର ଯୋଜନା କହି ହଡପ କରିବା ପ୍ରସଙ୍ଗକୁ ନେଇ ସରକାରକୁ ଆକ୍ରମଣ କରିବେ ବୋଲି   ବିରୋଧୀଦଳ ନେତାଙ୍କ ଠାରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.