Home ଅପରାଧ ସୁପ୍ରୀମ କୋର୍ଟଙ୍କ ରାୟ : କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି, ଲଢ଼ି ପାରିବେ...

ସୁପ୍ରୀମ କୋର୍ଟଙ୍କ ରାୟ : କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି, ଲଢ଼ି ପାରିବେ ବିଧାନସଭା ନିର୍ବାଚନ

281

ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବରୁ ଅଯୋଗ୍ୟ ଘୋଷିତ ୧୪ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକଙ୍କ ଯାଚିକା ଉପରେ ସୁପ୍ରୀମ କୋର୍ଟ ରାୟ ଶୁଣାଇଛନ୍ତି। ସେମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରୀମ କୋର୍ଟ। ପୂର୍ବରୁ ଅକ୍ଟୋବର ୨୫ରେ ଏହି ମାମଲାର ଶୁଣାଣି ସରିଥିଲା। ଏହାର ରାୟ ସଂରକ୍ଷିତ ରଖିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକ ବିଧାନସଭାର ସ୍ପିକରଙ୍କ ଦ୍ୱାରା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପରେ ୧୫ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୫ରେ ଏହି ଉପ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି।

ସୂଚନାଯୋଗ୍ୟଯେ, ସ୍ପିକର ରମେଶ କୁମାର କଂଗ୍ରେସର ବୈରାଠୀ ବସବରାଜ, ମୁନିରତ୍ନ, ଏସଟି ସୋମଶେଖର, ରୋଶନ ବେଗ, ଆନନ୍ଦ ସିଂହ, ଏମଟିବି ନାଗରାଜ, ବିସି ପାଟିଲ, ପ୍ରତାପ ଗୌଡ଼ା ପାଟିଲ, ଡ. ସୁଧାକର, ଶିବରାମ ହେବ୍ବାର, ଶ୍ରୀମନ୍ତ ପାଟିଲ କୋ ଅଯୋଗ୍ୟ ଘୋଷିତ କରିଥିଲେ। ଏହା ବ୍ୟତୀତ ଜେଡିଏସର ତିନି ବିଦ୍ରୋହୀ ବିଧାୟକ କେ. ଗୋପାଲୈୟା, ନାରାୟଣ ଗୌଡ଼ା, ଏ ଏଚ ବିଶ୍ଵନାଥଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ଆସ୍ଥାଭୋଟରେ କର୍ଣ୍ଣାଟକର ଏଚଡି କୁମାରସ୍ୱାମୀ ସରକାର ପରାଜିତ ହୋଇ ଭାଙ୍ଗିଯାଇଥିଲା। ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ଭୋଟ ପଡିଥିଲା।

ସୁପ୍ରୀମ କୋର୍ଟ ଏହି ୧୭ ବିଧାୟକମାନଙ୍କର ଅଯୋଗ୍ୟତା ଘୋଷଣା କରିବା ନିଷ୍ପତ୍ତିକୁ ବଦଳାଇନାହାଁନ୍ତି। କିନ୍ତୁ ଏହି ବିଧାୟକମାନେ ନିର୍ବାଚନ ଲଢ଼ିପାରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.