Home ଆମ ସଂସ୍କୃତି, କଳା ଓ ଐତିହ୍ୟ ବିଧବା ନାରୀ କେଉଁଥି ପାଇଁ ଅଶୁଭ !

ବିଧବା ନାରୀ କେଉଁଥି ପାଇଁ ଅଶୁଭ !

857

ଡଃ ସ୍ୱାମୀଚିଦାନନ୍ଦ ବ୍ରହ୍ମଚାରୀ

– ସୃଷ୍ଟିର ପ୍ରାରମ୍ଭରୁ ଏଯାବତ ଉଭୟ ନାରୀ-ପୁରୁଷ ସମାଜରେ ଅଭିନ୍ନ ଅଙ୍ଗ ହୋଇ ରହି ଆସିଛନ୍ତି। ମୁଦ୍ରାର ଦୁଇ ପାଶ୍ୱର୍ର ଅତ୍ୟାବଶ୍ୟକତା ପରି ଉଭୟ ନାରୀ-ପୁରୁଷ ସମାଜ ପାଇଁ ଅତ୍ୟାବଶ୍ୟକ ଓ ସମ୍ମାନସ୍ୱଦ ଅଟନ୍ତି। ଜଣକ ବିହୀନ ଆଉ ଜଣେ ନିଜକୁ ସର୍ବଦା ଏକୁଟିଆ ମନେ କରେ। ପ୍ରାଚୀନ ସମୟରୁ ଭାରତୀୟ ସବାଜ ନାରୀସମାଜକୁ ଅତ୍ୟନ୍ତ ସୁରକ୍ଷିତ ଓ ସମ୍ମାନିତ ଆସନରେ ରଖି ‘ଯେଉଁଠି ନାରୀମାନେ ପୂଜ୍ୟ ହୋଇଥାନ୍ତି ସେଠାରେ ସମସ୍ତ ଦେବତା ବାସ କରିଥାନ୍ତ’ ବୋଲି ଶାସ୍ତ୍ରୀୟଭାଷା ପରିପ୍ରକାଶ କରିଅଛନ୍ତି। ସେ ସମୟରେ ଗାର୍ଗୀ, ମୈତ୍ରେୟୀ, ଅପାଲା, ଜାବାଳି, ଅରୁନ୍ଧତୀ ଆଦି ନାରୀମାନେ ବେଦବିଦୁଷୀ ତଥା ସାମାଜିକ ସ୍ତରରେ ଅଗ୍ରଗଣ୍ୟ ଥିବାର ପ୍ରମାଣ ରହିଛି।ତେଣୁ ପ୍ରାଚୀନ ଭାରତରେ ନାରୀ-ପୁରୁଷ ସମାନ୍ତରାଳ ଭାବେ ସମାଜରେ ସୁପ୍ରତିଷ୍ଟିତ ଥିଲେ। ପରବର୍ତ୍ତି ସମୟରେ ଭାରତୀୟ ହିନ୍ଦୁ ସମାଜରେ ପତିହରା ବିଧବା ମା’ମାନେ ସମାଜରେ ଅବହେଳିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ପ୍ରାଚୀନ ରାମାୟଣକାଳୀନ କିମ୍ବା ମହାଭାରତକାଳୀନ ସମାଜରେ ନୁହେଁ ବରଂ ପ୍ରାକ୍ ଆଧୁନିକ ସମୟରୁ ପ୍ରଚଳିତ ହୋଇଥିବାର ଅନୁମିତ ହୋଇଥାଏ। ଯଦ୍ଦ୍ୱାରା ବିଧବା ମହିଳାମାନେ ସ୍ଥାନେ ସ୍ଥାନେ ବାଚ୍ଛନ୍ଦ ହେଉଥିବା ପରି ଅନୁଭବ ହୁଏ। ବିଧବା ମହିଳାଟି ଯଦି ନିଜ ପୁଅ କି ଝିଅର ବିବାହ କରୁଛି ତେବେ ବର ବା କନ୍ୟା ସମ୍ମୁଖକୁ ତାକୁ ଆସିବା ମନା। ଘରୁ ମାଙ୍ଗଳିକ କାର୍ଯ୍ୟରେ ବାହାରିଲେ ବିଧବା ମହିଳାର ମୂଖଦର୍ଶନ ଅଶୁଭ ବୋଲି ଆଜି ଆମ ସମାଜରେ ବିଚାର କରାଯାଉଛି। ଆଜିବି ନବ ବିବାହିତ ପୁଅ-ବୋହୁକୁ ସାତ ଦୀପରେ ବନ୍ଦାପନା ବିଧାବା ମହିଳା କରିପରିବ ନାହିଁ ବୋଲି ନିୟମ କରାଯାଇଛି। ଯଜ୍ଞ ଭୂମିରେ ବ୍ରତୋପନୟନ, ଗୃହ ପ୍ରତିଷ୍ଟା ମନ୍ଦିର ପ୍ରତିଷ୍ଟା ସହ ସମସ୍ତ ପ୍ରକାର ଶୁଭ କାର୍ଯ୍ୟରେ ସେମାନଙ୍କର ଉପସ୍ଥିତକୁ ଅମଙ୍କଳ ଓ ଅଶୁଭ ବୋଲି ବିଚାର କରାଯାଉଛି। ତଥାକଥିତ ଭାବେ ନିଜକୁ ସମାଜରେ ବଡପଣ୍ଡା ବୋଲାଉଥିବା କିଛି ରୁଢିବାଦୀ ମଣିଷ ବିଧବା ମହିଳାଙ୍କୁ ଶୁଭକାର୍ଯ୍ୟ ଯିବାରେ ବାରଣ ଥିବା କଥାକୁ ସମର୍ଥନ କରିଥାଆନ୍ତି। ସେମାନେ କିଛି ଆର୍ବାଚନ ଶାସ୍ତ୍ରର ନାମ ଉଲ୍ଲେଖ କରି ଅଯଥା ତର୍କ ମଧ୍ୟ କରିଥାନ୍ତି। ଏହି ପରିପ୍ରେକ୍ଷିରେ ମନରେ ସ୍ୱତଃସ୍ପୁତ ଭାବେ ଶଙ୍କା ଆସେ ଯେ କ’ଣ ରାମାୟଣ ଯୁଗରେ ବିଶ୍ୱାମିତ୍ର, ବଶିଷ୍ଟ ଆଦି ତପସ୍ୱୀ ସାଧକାତ୍ମାମାନେ ମୁର୍ଖ ବା ଅପଣ୍ଟିତ ଥିଲେକି? କାରଣ ରାମାୟଣ ବର୍ଣ୍ଣନାନୁସାରେ ରଘୁନାଥ ଲଙ୍କା ଜୟ ପରେ ଆକାଶ ମାର୍ଗରେ ଆସି ଅଯୋଧ୍ୟା ନଗରୀରେ ପହଞ୍ଚିବା ପରେ ରାଜମହଲରେ ଥିବା କୈାଶଲ୍ୟା, କୈକେୟୀ ଓ ସୁମିତ୍ରାଦି ବିଧବା ମା’ ମାନେ ରଘୁନାଥଙ୍କୁ ପ୍ରଥମେ ବନ୍ଦାପନା କରି ରାଜପ୍ରାସାଦକୁ ନେଇଯାଇଥିଲେ। ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ବେଳେ ସମସ୍ତ ଗୁରୁଜନଙ୍କୁ ରାମଚନ୍ଦ୍ର ପୂଜା କରି ପରେ ତିନିମାଙ୍କ ଆଶୀର୍ବାଦ ନେଇ ସିଂହାସନରେ ଅଭିଶିକ୍ତ ହୋଇଥିଲେ। ତେବେ ସେତେବେଳେ ବିଶ୍ୱାମିତ୍ର ଓ ବଶିଷ୍ଠଦି ଋଷିମାନେ ଏହି ବିଧବାମା’ ମାନଙ୍କର ଉପସ୍ଥିତିକୁ ବିରୋଧ କରିବାର ଦୃଷ୍ଟାନ୍ତ ତ କେଉଁଠାରେ ଉଲ୍ଲେଖ ନଥିବା ଦେଖିବାକୁ ମିଳିଛି। ତେଣୁ ରାମାୟଣ କାଳୀନ ସମାଜରେ ବିଧବାମାନଙ୍କ ପାଇଁ ଶୁଭକାର୍ଯ୍ୟରେ ଯୋଗ ଦେବାର କୈାଣସି କଟକଣା ନଥିବାର ପ୍ରମାଣ ଏଥିରୁ ସ୍ପଷ୍ଟ ହେଉଛି। ସେହିପରି ମହାଭାରତ ଗ୍ରନ୍ଥର ଅନ୍ୟତମ ନାରୀ ଚରିତ୍ର ମା’ କୁନ୍ତି ଜଣେ ବିଧବା ମହିଳା ହୋଇ ଯୁଧିଷ୍ଟରଙ୍କର ରାଜସୂୟ ଯଜ୍ଞ ଓ ରାଜ୍ୟାଭିଷେକରେ ଯୋଗଦାନ କରିଥିଲେ। ଏଥିରୁ ସ୍ୱଷ୍ଟ ହେଉଛି ମହାଭାରତକାଳୀନ ସମାଜରେ ବିଧବା ମହିଳାଙ୍କୁ ଶୁଭକାର୍ଯ୍ୟରେ ଉପସ୍ଥିତ ଦେବାର କୈାଣସି ବାଧା ନଥିଲା। ପରବର୍ତ୍ତି ସମୟରେ କିନ୍ତୁ ଏହି ପ୍ରସଙ୍ଗ ସାମାଜିକ ସ୍ତରରେ ଅଦ୍ୟବିଧି ଏକ ସାମାଜିକ ବ୍ୟାଧି ରୂପେ ଠିଆ ହୋଇଛି। ଏହା ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ପରି ମନେହେଉଛି। ଠିକ୍ ସେହିପରି ଅଳ୍ପ ବୟସର ବିଧବା ମହିଳା ପୁନଃ ବିବାହ କରିବାକୁ ଇଚ୍ଛାବ୍ୟକ୍ତ କରିପାରୁ ନାହାନ୍ତି କିମ୍ବା ଇଚ୍ଛାପ୍ରକଟ କଲେବି ତାଙ୍କୁ ସ୍ତ୍ରୀଭାବେ ଗ୍ୟହଣ କରିବା ମାନସିକତା ଆଜି ସଭ୍ୟ ସମାଜ ତିଆରି କରିପାରି ନାହିଁ। ଯଦି ଜଣେ ପୁରୁଷ ତାର ପତ୍ନୀ ବିୟୋଗ ପରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିପାରୁଛି, ତେବେ ଏକ ବିଧବା ମହିଳା ପୁନଃ ବିବାହ କରିବାରେ ଅସୁବିଧା କେଉଁଠି? ସାମାଜିକ ସ୍ତରରେ ବୁଦ୍ଧିଜୀବୀମାନେ ଆଉଥରେ ଏପ୍ରସଙ୍ଗକୁ ବିଚାର କରିବା ଆବଶ୍ୟକ। ଅତୀତରେ ଆର୍ଯ୍ୟ ସମାଜରେ ସ୍ୱମୀ ଦୟାନନ୍ଦ ମଧ୍ୟ ଏ ସମ୍ବନ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଏବେ ଆଉ ଜଣେ ଓଡିଆ ସମାଜର ସଂସ୍କାରକ ପୁରୁଷ ବାବା ବଳିଆ ଏହି ସ୍ୱରକୁ ଆହୁରି ଶାଣିତ କରି ଜନସଚେତନତା ସୃଷ୍ଟି କରୁଅଛନ୍ତି। ତାଙ୍କ ଭାଷାରେ ମା’ ସର୍ବଦା ମମତାମୟୀ।ସେ କେବେବି ଅଶୁଭ କିମ୍ବା ଅମଙ୍ଗଳର ପ୍ରତୀକ ନୁହେଁ। ସମାଜରୁ ଏକ ଅଯଥା ମାନସିକତା ଦୂର ହେବା ଆବଶ୍ୟକ। ଏହି ପରିପ୍ରେକ୍ଷିରେ ସେ ମଧ୍ୟ ବିଧବା ମହିଳା ମାନଙ୍କର ସାମାଜିକ ଓ ସାଂସ୍କୃତିକ ଅଧିକାର ତଥା ମାନବିକତାର ଅଧିକାର ସମ୍ବନ୍ଧରେ ଜନସଚେତନତା କାର୍ଯ୍ୟକ୍ରମ ରାଜ୍ୟର ପୁର ପଲ୍ଲୀରେ କରୁଥିବା ଦେଖାଯାଇଛି। ସ୍ୱାମୀର ମୃତ୍ୟୁ ପରେ ଅକଥନୀୟ ମାନସିକ ବିଷାଦଗ୍ୟସ୍ତ ଜଣେ ମହିଳାକୁ ତା ମଥାରୁ ସୁନ୍ଦୁର ଲିଭାଇବା ଓ କାଚ ବାଡେଇ ଭାଙ୍ଗିବା ଆଦି କାର୍ଯ୍ୟ ବିଭତ୍ସତା ଠାରୁ କୈାଣସି ଗୁଣରେ କମ୍‌କି? ଆମ ସମାଜରେ ଜଣେ ସ୍ତ୍ରୀ ଲୋକ ମୃତ୍ୟୁ ପରେ ସ୍ୱମୀର ବେଶ ପୋଷାକ ଓ ଆଚରଣରେତ କୈାଣସି ପରିବର୍ତ୍ତନର ଚିହ୍ନ ଦେଖାଯାଏ ନାହିଁ କିମ୍ବା ସେ ପାଇଁ ସାମାଜିକ କଟକଣା ମଧ୍ୟ ରହିନାହିଁ। ତେବେ ସେହି ପରିପ୍ରେକ୍ଷିରେ ସ୍ୱାମୀ ମଅତ୍ୟୁ ପରେ ଜଣେ ମହିଳାକୁ ବିଧବା ବେଶତ୍ତତତ୍‌କ୍ଷଣାତ ସଜାଇ ଦିଆଯାଉଛି କାହିଁକି? ମାନସିକ ଅବସ୍ଥାରେ ଭାଙ୍ଗିପଡିଥିବା ଜଣେ ମହିଳାକୁ ଜୋର ଜବରଦସ୍ତ ବିଧବା ବେଶରେ ସଜାଇବା କଣ ମାନବିକତାର ହନନ ନୁହେଁକି? ପତିହରା ମହିଳା କେଉଁଭଳି ପୋଷାକ, କେଉଁଭଳି ଆଚରଣ ଓ େଉଁ ବେଶଭୁଷାରେ ସଜ୍ଜିତ ହେବ ସେଥିପାଇର୍ ତାକୁ ସ୍ୱାଧିନତା ଦିଆଯାଉ। ଏ ଦେଶରେ ଅତୀତରେ ସତୀଦାହ ପ୍ରଥା, ବାଲ୍ୟ ବିବାହ ପ୍ରଥା ଭଳି ଘୃଣ୍ୟ ପରମ୍ପରା ଜଦି ବନ୍ଦ ହୋଇପରିଛି ତେବେ ବିଧବା ମହିଳାମାନଙ୍କୁ ଅଶୁଭ ଅମଙ୍ଗଳର ପ୍ରତୀକ କହି ସାମାଜିକ ଓସାଂସ୍କୃତିକ ଅଧିକାରକୁ ଛିନ୍ନ କରିବାଭଳି ଘୃଣ୍ୟ ପରମ୍ପରା ଏବଂ ସେମାନଙ୍କୁ ଜବରଦସ୍ତ ବିଧବା ବେଶରେ ପରି ଘୃଣ୍ୟ ପରମ୍ପରା କାହିଁକ ବନ୍ଦ ନହେବ? ଏଥି ପାଇଁ ସମାଜର ପ୍ରତିଟି ବର୍ଗର ମଣିଷ ସଚେତନ ହେବା ଆବଶ୍ୟକ। ଅତ୍ୟାଧୁନିକରର ଡିଣ୍ଡିମ ପିଟି ବିଜ୍ଞାନର ଉଚ୍ଚତମ ସୋପାନରେ ପହଞ୍ଚିବାର ଦ୍ୱାହି ଦେଉଥିବା ଆଜିର ସମାଜରେ ଏଭଳି ରୁଗ୍ନ ଚିନ୍ତାଧାରା କେତେ ଦୂର ଗ୍ରହଣୀୟ ତାହା ଶିକ୍ଷିତ ସମାଜ ଆଉଥରେ ଚିନ୍ତାକରୁ। ଋଢୀବାଦି ଭାବଧାରାର ଆଳରେ ମାନବିକତାକୁଜ୍ଳାଞ୍ଜଳି ଦିଆ ନଯାଉ। ବିଧବା ମା’ ମାନଙ୍କୁ ସାମାଜିକ ଓ ସାଂସ୍କୃତିକ ଅଧିକାରରୁ ଦୂରରେ ରଖାନଯାଉ। ପରମ୍ପରା ନାମରେ ଉତ୍ତର ଦୟାଦମାନଙ୍କୁ ମିଥ୍ୟା କୁହେଳିକାର ଶିକ୍ଷା ପ୍ରଦାନ କରା ନଯାଉ।

ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ଜଗତସିଂହପୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.