Home ଅପରାଧ ସ୍ତ୍ରୀ ନିର୍ଯ୍ୟାତନା ମାମଲା, ଶେଷରେ ଧରାହେଲା ମୁଖ୍ୟ ଅଭିଯୁକ୍ତ

ସ୍ତ୍ରୀ ନିର୍ଯ୍ୟାତନା ମାମଲା, ଶେଷରେ ଧରାହେଲା ମୁଖ୍ୟ ଅଭିଯୁକ୍ତ

334

ଯାଜପୁର୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବହୁ ଚର୍ଚ୍ଚିତ ସାବିନା ନିର୍ଯ୍ୟାତନା ଓ ସ୍ୱାମୀର ଦ୍ୱିତୀୟ ବିବାହ ସମୟରେ ସାବିନ ଏହାକୁ ବିରୋଧ କରିବାରୁ ତାକୁ ମାଡମାରି ବିଦା କରିଦେବା ମାମଲାର ମୁଖ୍ୟ ଅଭିଯୁକ୍ତ ସାବିବାର ସ୍ୱାମୀ ଇମ୍ରାନ ଇମାମ ଖାଁ (୩୪)ପୁଲିସ ଗିରଫ କରି କୋର୍ଟ ଆଜି ମାମଲା ୨୬୩/୧୯ ଦଫା ୩୪୧, ୨୯୪, ୩୨୩, ୫୦୬, ୪୯୪, ୩୦୭, ୩୪ ଆଇପିସିରେ କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୂର୍ବରୁ ପୁଲିସ ଅଭିଯୁକ୍ତର ବାପା ଲାଲ ଖାଁ, ବଡଭାଇ ମୋଜବୁର ଓ ଭାଉଜ ସାଇନାଜକୁ କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ଗିରଫ ଫଳରେ ଏହି ବହୁଚର୍ଚ୍ଚିତ ସାବିନା ମାମଲାର ଅନ୍ତ ଘଟିଛି। ପ୍ରକାଶଯେ ମଙ୍ଗଳପୁର ଥାନା ଅନ୍ତର୍ଗତ ମେରଡା କାଟିଆ ଛକର ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ଗତ ୨୦୧୭ମସିହା ପେୃଆରୀ ୧୧ ତାରିଖ ମୁସଲିମ ରିତୀ ନିତୀରେ ବିବାହ କରିଥିଲା। ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ଭଲ ସର୍ମ୍ପକ ମଧ୍ୟ ଥିଲା। ହେଲେ ୨ମାସ ପରେ ଇମ୍ରାନ ତାର କର୍ମସ୍ଥଳୀ ସାଉଦି ଆରବ ଯାଇଥିଲେ। ସେତେବେଳକୁ ସାବିନା ୨ ମାସର ଗର୍ଭବତୀ ଥିଲେ। ହେଲେ ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ପରିବାରର ଶଶୁର, ଦେଢଶୁର, ଯାଆ ଓ ନଣନ୍ଦ ମିଶି ତାଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେବା ଆରମ୍ଭ କଲେ। ନିର୍ଯ୍ୟାତନ ବଢି ଚାଲିବାରୁ ଓ ଜୀବନ ପ୍ରତି ବିପଦ ଥିବାରୁ ସାବିନା ୨୦୧୭ ଜୁଲାଇ ୧୨ ତାରିଖ ବାପଘରକୁ ପଳାଇଯାଇଥିଲେ। ପରେ ସ୍ୱାମୀ ବିଦେଶରୁ ଘରକୁ ଫେରି ସାବିନା ସହ କୌଣସି ସର୍ମ୍ପକ ରକ୍ଷା କରିନଥିଲେ। ସାବିନା ଯେତେ ସର୍ମ୍ପକ ଯୋଡିବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଫଳ ହୋଇଥିଲା। କୌଣସି ଥଇଥାନ ବ୍ୟବସ୍ଥା ନହେବାରୁ ସେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ୨୦୧୯ ଜୁନ ୧୧ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦଫା ୪୯୮(ଏ), ୩୨୩, ୨୯୪, ୫୦୬, ୩୪ ଆଇପିସି, ୪ଡିପି ଆକ୍ଟରେ ମାମଲା ରଜ୍ଜୁ କରି ହାତବାନ୍ଧି ବସିଲା। ମାମଲାର ତଦନ୍ତ ଆଗକୁ ନେଲେ ନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ଏମିତିକି ଯୌତୁକ ସାମଗ୍ରୀକୁ ଫେରାଇଲେ ନାହିଁ। ଏସର୍ମ୍ପକରେ ଥାନାରେ କହିବାରୁ ଓଲଟି ଗାଳିଗୁଲଜ କଲେ। ଏହା ମଧ୍ୟରେ ଇମ୍ରାନ ମଧ୍ୟ ଅନ୍ୟ ଏକ ପତ୍ନୀ ଗ୍ରହଣ କରିଥିଲେ। ଏନେଇ କୋରାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟନୁଷ୍ଠାନ ନେଲାନାହିଁ। ଶେଷରେ ସବୁଠୁ ନିରାଶ ହୋଇ ନାବାଳିକା ଝିଅକୁ ଧରି ଏସପିଙ୍କ ଦ୍ୱାରସ୍ଥ ବାରମ୍ବାର ହୋଇଥିଲେ ପିଡିତା। ପରେ କୋରାଇ ପୁଲିସ ମାମଲା ରୁଜ୍ଜୁ କରି ଶଶୁର ଓ ଦେଢଶୁର, ଯାଆକୁ କୋର୍ଟ ଚାଲାଣ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ପାଇ ଏହା ଚ୍ୟଲେଂଜ ଥିଲା। ଶେଷେରେ ପୁଲିସ ତାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.