Home ଗଞ୍ଜାମ ବିଦ୍ୟୁତ ଆଘାତରେ ମୃତ ଶ୍ରୀନିବାସଙ୍କ ପରିବାରକୁ ଭେଟିଲେ ବିଧାୟିକା

ବିଦ୍ୟୁତ ଆଘାତରେ ମୃତ ଶ୍ରୀନିବାସଙ୍କ ପରିବାରକୁ ଭେଟିଲେ ବିଧାୟିକା

114

କୋଦଳା ୨୧ଜୁନ୍ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ଜୁନ୍ ୧୨ ତାରିଖରେ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧିନସ୍ଥ ୧୦ ନମ୍ବର ଓ୍ବାର୍ଡର ବିଶୋୟୀ ସାହିର ଶ୍ରୀନିବାସ ପଣ୍ଡାଙ୍କ (୫୦) ପରିବାର ଲୋକକୁଂ ଭେଟିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।ଶନିବାର ବିଧାୟିକା ଉକ୍ତ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ଦେବା ସହିତ ପରିବାରର ଭଲମନ୍ଦ କଥା ବୁଝିଥିଲେ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ବିଧାୟିକା କହିଥିଲେ। ଏଭଳି ଦୁର୍ଘଟଣା ଆଗକୁ କିପରି ନ ଘଟିବ ସେ ନେଇ ସତର୍କତା କରାଯିବ। ସରକାରଙ୍କ ନିୟମ ଅନୁସାରେ ଉକ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରାଯିବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀନିବାସ ଲୁଗା ସୁଖାଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ତାଙ୍କ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ ଟିଏ ବସିଥିଲା।ହଠାତ୍ ଶ୍ରୀନିବାସ କୁ ଦେଖି ମାଙ୍କଡ଼ ଟି ଡେଇଁ ପଡ଼ିଥିଲା। ଏହି ସମୟରେ ବିଦ୍ୟୁତ୍ ତାର ଶ୍ରୀନିବାସ ଙ୍କ ସସ୍ପର୍ଶରେ ଆସିବାରୁ ସେ ମୃତ୍ୟୁବରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.