Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବିପତ୍ର

ବିଦ୍ୟୁତ୍ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବିପତ୍ର

38

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ଦର ଶୁଳ୍କ ବୃଦ୍ଧି ବିରୋଧରେ ଆଜି ବିଜେପିର ଦାବି ଜୋର ଧରିଛି । କ୍ରମାଗତ ଭାବେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଦ୍ୱାରା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ରାଜ୍ୟ ସରକାର ଦୋହଲାଇ ଦେଉଥିବା ପ୍ରତିବାଦରେ ଆଜି ଭାରତୀୟ ଜନତା ଦଳ ପକ୍ଷରୁ ଭଦ୍ରକ ବିଧାନସଭା ସ୍ତରୀୟ ନେତା ଡାକ୍ତର ପ୍ରଦୀପ ନାୟକ ଓ ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର ମୂଳେ ଓଡ଼ିଶା ସରକାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗତ ୩୦ ବର୍ଷ ଧରି ବିଭିନ୍ନ କଂପାନୀକୁ ନିୟୋଜିତ କରିଆସୁଛନ୍ତି । ଏବେ ଟାଟା କଂପାନୀକୁ ଦାୟିତ୍ୱ ଦିଆଯାଇଛି । ମାତ୍ର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ହେଉଥିବା ସମସ୍ତ କ୍ଷତିକୁ ଭରଣା କରିବା ଓ ଅଧିକ ଲାଭ ଆଶାରେ ଶୁଳ୍କ ବୃଦ୍ଧି ମାଧ୍ୟମରେ ଉପଭୋକ୍ତାମାନଙ୍କ ଠାରୁ ତାହା ଆଦାୟ କରାଯାଉଛି । ବିଧାନସଭା ଅଧିବେଶନ ସମୟରେ ବିଜେପି ବିଧାୟକଙ୍କ ମୁଲତବୀ ପ୍ରସ୍ତାବ ଆଧାରରେ ସରକାର ରିଭ୍ୟୁ ପିଟିସନ ମାଧ୍ୟମରେ ସଂଶୋଧନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟାଳି ଦିଆଯାଇଛି । ବିଶେଷକରି କରୋନା ମହାମାରୀ ସମୟରେ ଏହି ଶୁଳ୍କ ବୃଦ୍ଧି ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ଅସହ୍ୟ ମଧ୍ୟ ହୋଇଛି । ଏହାର ପ୍ରତିବାଦ କରାଯିବା ସହ ବିଦ୍ୟୁତ୍ ଶୁଳ୍କ ହ୍ରାସ କରିବା, ପ୍ରଥମ ଶହେ ୟୁନିଟ୍‌କୁ ଗୋଟିଏ ସ୍ଲାବ୍‌ରେ ରଖାଯିବା, ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ସମସ୍ୟାର ସମାଧାନ କରାଯିବା, ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରାଯାଇ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରିବା, କୃଷିକ୍ଷେତ୍ର ଓ ଶୀତଳଭଣ୍ଡାର ବିଦ୍ୟୁତ୍ ପାଇଁ ସବସିଡି ପ୍ରଦାନ କରାଯିବା ଓ ବକେୟା ଆଦାୟ ବେଳେ ଜୁଲମ ନକରିବା ଭଳି ଦାବି ରଖିଛି ବିଜେପି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.