Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ମିଶ୍ରଣ ବନ୍ଦ ପାଇଁ ବୋଇତବାଙ୍କବାସୀଙ୍କ ଦାବି

ବିଦ୍ୟାଳୟ ମିଶ୍ରଣ ବନ୍ଦ ପାଇଁ ବୋଇତବାଙ୍କବାସୀଙ୍କ ଦାବି

20

ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ଛାତ୍ରଛାତ୍ରୀଙ୍କ ସଂଖ୍ୟାହ୍ରାସକୁ ନେଇ ସରକାରଙ୍କ ସ୍କୁଲବନ୍ଦ ନିଷ୍ପତିକୁ ବାଲେଶ୍ୱରର ବିଭିନ୍ନ ଅଂଚଳରେ ବିରୋଧ କରାଯାଇଛି। ବିଶେଷ କରି ୧୫ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶ୍ରଣକୁ ସମ୍ପୃକ୍ତ ଅଂଚଳର ଅଧିବାସୀ ପ୍ରତିବାଦ କରିଛନ୍ତି। ଏହି କ୍ରମରେ ରେମୁଣା ବ୍ଲକର ବୋଇତବାଙ୍କ ୟୁଜିୟୁପି ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଆପତି ଜଣାଇଥିଲେ। ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଆଦିବାସୀ ଜନଜାତି ଓ ହରିଜନ ଶ୍ରେଣୀର। ବିଦ୍ୟାଳୟରେ ମୋଟ ୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏବେ ବିଦ୍ୟାଳୟକୁ ଯଦି ସ୍ଥାନନ୍ତର କରାଯାଏ ତେବେ ଚାରିଖଣ୍ଡ ଗାଁ ପାରିହୋଇ ୩ କିଲୋମିଟର ଦୂର ପାରି ହୋଇ ଛାତ୍ରଛାତ୍ରୀମାନଙ୍କୁ ଯିବାକୁ ହେବ। ସୋନ ନଦୀ କୂଳେ କୂଳେ ରାସ୍ତା ଯାଇଥିବା ବେଳେ ସବୁବେଳେ ଗାଡିମୋଟର ଯାତାୟତ କରିଥାଏ, ଯାହା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ଆଇନଜୀବି ବିଜୟ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ମଦନ ମୋହନ ସିଂ, ବିପଦ ଭଞ୍ଜନ ରଥ, ଶିଶିର କୁମାର ପଣ୍ଡା, ତପନ ସିଂ, ଜୟନ୍ତ କୁମାର ପାଣିଗ୍ରାହୀ, ସୁମତି ସ୍ୱାଇଁ, ଅସିତ ରଥ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.