Home ଓଡ଼ିଶା ଟ୍ୟାଙ୍କର ଧକ୍କାରେ ଯୋଗାଣ ବିଭାଗ କର୍ମଚାରୀ ମୃତ

ଟ୍ୟାଙ୍କର ଧକ୍କାରେ ଯୋଗାଣ ବିଭାଗ କର୍ମଚାରୀ ମୃତ

17

ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ଫକୀର ମୋହନ ଗୋଲେଇଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୋଗାଣ ବିଭାଗର ଜନୈକ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କର ମୃୁତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସିଂଲା ଥାନା ଅନ୍ତର୍ଗତ ସାନଅସ୍ତି ଗ୍ରାମର ହରିପଦ ଦାସ(୪୨)। ନିକଟ ଭବିଷ୍ୟତରେ ହେବାକୁ ଥିବା ପୁଅର ବିବାହ ପାଇଁ ମାର୍କେଟିଂ ସାରି ଓଆରା୦୧ଭି/୪୭୨୫ ନଂର ଏକ ମୋଟରସାଇକେଲରେ ସେ ଷ୍ଟେସନଛକରୁ ଫକୀର ମୋହନ ଗୋଲେଇ ଆସୁଥିଲେ। ତେବେ ଫକୀର ମୋହନ ଗୋଲେଇ ପୂର୍ବରୁ ଆଗରେ ଯାଉଥିବା ଓଡି୦୧ଏଚ/୧୬୨୦ ନଂର ଭାରତ ପେଟ୍ରୋଲିୟମର ଏକ ଟ୍ୟାଙ୍କରକୁ ଓଭର ଟେକ୍ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହରିପଦ ତାଙ୍କ ବାଇକରେ ବାନ୍ଧିଥିବା ସାମଗ୍ରୀ ବୁରାଟି ଟ୍ୟାଙ୍କର ସାଇଟରେ ବାଜିବା ଫଳରେ ସେ ତଳେ ପଡ଼ି ଯାଇଥିଲେ। ଟ୍ୟାଙ୍କରର ପଛଚକ ହରିପଦଙ୍କ ଉପରେ ଚଢ଼ିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ବାଇକକୁ ଜବତ ସହ ଡ୍ରାଇଭରକୁ ଅଟକ ରଖିଛି। ଏନେଇ ଏକ ମାମଲା ରୁଜୁ ସହ ପୁଲିସ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.