Home କେନ୍ଦ୍ରାପଡ଼ା ତରଡିପାଳ ସରପଂଚ ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପଟ୍ଟାମୁଣ୍ଡାଇ ଥାନା...

ତରଡିପାଳ ସରପଂଚ ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପଟ୍ଟାମୁଣ୍ଡାଇ ଥାନା ପୋଲିସର ଉଦାସୀନତା ଅଭିଯୋଗ

24

କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜନୈକ ମହିଳାଙ୍କୁ ତରଡିପାଳ ପଂଚାୟତର ସରପଂଚ ଓ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ମରଣାନ୍ତଙ୍କ ଆକ୍ରମଣ କରିଥିବା ପଟ୍ଟାମୁଣ୍ଡାଇ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଘାଘରାଡିଆ ଗ୍ରାମର ଦୀନବନ୍ଧୁ ସାମଲଙ୍କ ପତ୍ନୀ ଗାୟତ୍ରୀ ସାମଲଙ୍କୁ ଏକ ଜମିଜମା ଘଟଣାକୁ ନେଇ ତରଡିପାଳ ପଂଚାୟତର ସରପଂଚ ପ୍ରିୟଦର୍ଶିନୀ ତରାଇ ଓ ତାଙ୍କ ସ୍ୱାମୀ ପୁରୁଷୋତ୍ତମ ତରାଇଙ୍କ ସମେତ ତାଙ୍କ ପରିବାରର୮ଜଣ ମରଣାନ୍ତଙ୍କ ଆକ୍ରମଣ କରିଥିବା ନେଇ ଗତ ୨ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୭୫/୨୦୨୧ରେ ଆଇପିସିର ଦଫା ୩୨୩, ୨୯୪, ୩୭୬, ୩୭୯, ୫୦୬ ଓ ୩୪ଧାରାରେ ମାମଲା ରୁଜୁ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସଂପୃକ୍ତା ପିଡିତା ମହିଳା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏକ ଘରବାଡି ଜମିକୁ ସରକାରୀ ମାପଚୁପ ପରେବି ସରପଂଚଙ୍କ ସ୍ୱାମୀ ମାପକୁ ନମାନି ଯୋରଜବରଦସ୍ଥ ପିଡିତା ମହିଳାଙ୍କ ଜମି ଉପରେ ବାଡ ଦେବାରେ ସେ ତାହାର ବିରୋଧ କରିଥିଲେ। ଫଳରେ ସରପଂଚ ଶ୍ରୀମତୀ ତରାଇ ପିଡିତା ମହିଳାଙ୍କ ଛାତି ଉପରେ ବସିଥିବା ବେଳେ ତାଙ୍କ ସ୍ୱାମୀ ସଂପୃକ୍ତା ପିଡିତା ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡମାରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ। ଏହି ଘଟଣାରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ପିଡିତା ମହିଳା ଏସପିଙ୍କୁ ଭେଟି ନିବେଦନ କରିଛନ୍ତି। ଏସପି ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.