Home ଜିଲ୍ଲା ପରିକ୍ରମା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ,ରୋଜଗାର୫ପ୍ରତିଶତ ବିଦ୍ୟାଳୟକୁ ଦାନକରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସପଥ

ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ,ରୋଜଗାର୫ପ୍ରତିଶତ ବିଦ୍ୟାଳୟକୁ ଦାନକରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସପଥ

105

ମାଲକାନଗିରି,୨୭ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ କୁମୁଟିଗୁଡା ଉଚ୍ଚପ୍ରଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଟିତ ହୋଇ ଯାଇଛି । ରୋଜଗାରର ୫ପ୍ରତିଶତ ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରିବାକୁ ଛାତ୍ର ଛାତ୍ରୀ ମାନେ ଏହି ଉତ୍ସବରେ ସପଥ ନେଇ ସମଗ୍ରରାଜ୍ୟରେ ଶିକ୍ଷାବ୍ୟବସ୍ଥା ରେ ଉଦାହରଣ ସୃଷ୍ଠିକରିଛନ୍ତି । କୁମୁଟିଗୁଡା ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବରେ କୋରକୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାଶିଶୁ ମଙ୍ଗଳ କମଟିର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ମୁଖ୍ୟବକ୍ତା ଭାବେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଡଃ ହେନେରିତା ମିଶ୍ର,ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ମାଲକାନଗିରି ବ୍ଲକ ଅତିରିକ୍ତଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ଦାଶ,ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ସବୁଜବାହିନୀ ପ୍ରଶିକ୍ଷକ ଦୁର୍ଯ୍ୟଧନ ପାତ୍ର,ସମାଜସେବୀ ଭସ୍କର ଚନ୍ଦ୍ର ବେହେରା, ଡି.ଭେଙ୍କଟଶ୍ୱର ରାଓ,ଆଇସିଆଇସି ବ୍ୟାଙ୍କ ପରିଚାଳକ ଲକ୍ଷମୀ ନରାୟଣ ନାୟକ ଯୋଗଦେଇ ଛାତ୍ରୀ ଛାତ୍ର ମାନେ କେବଳ ପାଠପଢି କିଛି ଅର୍ଥରୋଜଗାର କରିବା ପାଇଁ ଚାକିରି ପଛରେ ଗୋଡାଇ ବା ଅପେକ୍ଷା ଜଣେ ଭଲମଣିଷ ହେବାପାଇଁ ଚେଷ୍ଟାକରିବା ଉଚିତ, କେବଳ ପୁସ୍ତକ କିଟ ହୋଇ ସବୁବେଳେ ପାଠପଢି ଚାପଗସ୍ତ ନ ହୋଇ କିଛି ସମୟ ପାଇଁ ଖେଳ କୁଦ ନୃତ୍ୟ ସଂଗୀତରେ ମନ ନିବେଶ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବାର୍ଷିକ ଉତ୍ସବ ହୋଇଥାଏ । ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଲୋକାୟିତ କଳା ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ମଚାଂଶିନ ଅତିଥି ମାନେ ଭାଷଣ ପ୍ରସଙ୍ଗରେ କହିଥିଲେ । ସଭା ପ୍ରାରମ୍ଭରେ ଅତିଥି ମାନେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତିୀ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠକରିଥିଲେ । ଗତ୧୯୭୪ ମସିହାରୁ ଏହି ବଦ୍ୟାଳୟ ପ୍ରତିଷ୍ଟା କରାଯାଇ ପ୍ରଥମେ ଆମ୍ବଗଛମୂଳରେ ବନବିଦ୍ୟାଳୟ ପରି ଶିକ୍ଷାଦାନ ଦିଆ ଯାଉଥିଲା . ପରବର୍ତି ସମୟରେ ବିଦ୍ୟାଳୟ ଗୃହ ନିର୍ମାଣ ହେଲା । ଏହି ବିଦ୍ୟାଳୟରେ ଅଧ୍ୟୟନକରି ଅନେକ ଛାତ୍ର ଛାତ୍ରୀ ଉଚ୍ଚପ୍ରଶାସନିକ ଅଧିକାରୀ ହେବାସହିତ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟଟିକୁ ଜିଲ୍ଲା ତଥା ରାଜ୍ୟର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପରିଚିତ କରିବା ପାଇଁ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷାସାରି ସେମାନେ ଚାକିରି କରିବା ପରେ ରୋଜଗାରର ୫ପ୍ରତିଶତ ଅର୍ଥ ଏହି ବିଦ୍ୟାଳୟକୁ ଦାନକରିବା ପାଇଁ ସପଥ ନେଇଥିଲେ । କୁମୁଟିଗୁଡା ଗ୍ରାମର ସମାଜସେବୀ ଡି.ଭେଙ୍କଟଶ୍ୱର ରାଓ ୧୦ହଜାର ଟଙ୍କା ଓ ରବିନ୍ଦ୍ରକୁମାର ମହାରଣା ୧୦ହଜାର ଟଙ୍କା ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା ପାଇଁ ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିସରରେ ନୁତନ ସାଇକେଲ ଷ୍ଟାଣ୍ଡକୁ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଶେଷରେ ଶିକ୍ଷକ ଜୀବନକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ କେଦାରନାଥ ମହାକୁଡ,ଶ୍ରୀଧର ସାହୁ,ଶିକ୍ଷୟତ୍ରୀ ନଳିନୀ ପ୍ରଭା ସାହୁ,ସ୍ନେହଲତା ମୁଦୁଲି,ସୁକାନ୍ତି ମହାନ୍ତି, ଜ୍ୟୋତିର୍ମୟୀ ଜୟସିଂ,ସିପ୍ରାରାଣୀ ବିଶ୍ୱାସ,ଅଚଂଳି ଗାୟଳୀ,ରେଣୁବାଳା ରାଉତ ,ରାଜେଶ୍ୱରୀ ଗନ୍ତାୟତ,ବବିତା ଗାନ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ,ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନେ ଚିତାକର୍ଷକ ନୃତ୍ୟ,ସଂଗୀତ,ଶିକ୍ଷାୁପରେ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ଛାତ୍ର, ଅଭିଭାବକ ଓ ଦର୍ଶକ ଉପସ୍ଥିତ ରହି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନସଂସ୍କୃତିକ କାର୍ଯ୍ୟକ୍ରମ ମନ ଭରି ଉପଭୋଗ କରିଥଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.